ସତ୍ୟପ୍ରକାଶଙ୍କ କଂଗ୍ରେସ ମୋହ ଭାଙ୍ଗିଲା, ଛାଡିଲେ ହାତ

Published By : Prameya-News7 Bureau | January 17, 2023 IST

ଭୁବନେଶ୍ୱର ୧୭/୦୧: ହାତ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । କଂଗ୍ରେସ ସଭାପତିଙ୍କୁ ଚିଠି ଲେଖି ପଠାଇଲେ ନିଜର ଇସ୍ତଫା ପତ୍ର । ସେପଟେ ତାଙ୍କ ଇସ୍ତଫା ସଭିଙ୍କୁ ଚକିତ କରିବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ନିଜ ଟ୍ୱିଟର ଆକାଉଣ୍ଟରେ ସେ ଲିଖିଛନ୍ତି ବର୍ତ୍ତମାନ ପରିବର୍ତ୍ତନ ବହୁତ କଠିନ । କିନ୍ତୁ ତୁମେ କେଉଁଠି ରହିଛ ଓ ତୁମର ମୂଲ୍ୟବୋଧ ପ୍ରଶଂସିତ ନୁହେଁ । କଠିନ ହୃଦୟ ସହିତ ମୁଁ ଆଜି INC ରୁ ଇସ୍ତଫା ଦେଇଛି ବୋଲି ନିଜେ ଗଣମାଧ୍ୟମରେ ସୂଚନା ଦେଇଛି ସତ୍ୟ ପ୍ରକାଶ ନାୟକ।

ବରିଷ୍ଠ ସାମ୍ୱାଦିକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଶା କରୁଛି ଆପଣ ଭଲ ଥିବେ। ମୁଁ ମୋ କ୍ୟାରିଅରରେ ଏତେ ବଡ଼ ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଆପଣଙ୍କୁ ଜଣାଇବା ପାଇଁ ଏହି ଚିଠି ଲେଖୁଛି। ଏହା ମୋର ସୌଭଗ୍ୟ ଯେ ଓଡିଶା ଓ କଂଗ୍ରେସ ଦଳ ପାଇଁ ମୁଁ କାମ କରିଛି।

wp:html /wp:html

ଗତ କିଛି ଦିନ ତଳେ ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ ସତ୍ୟ ପ୍ରକାଶ ନାୟକ। ଦୀର୍ଘ ସମୟ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ଦେଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ । ସେ ୨୦୧୭ ଅଗଷ୍ଟରେ କଂଗ୍ରେସରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ପାର୍ଟିର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଥିଲା ।

ଦୀର୍ଘ ଦୁଇ ଦଶନ୍ଧି ଗଣମାଧ୍ୟମରେ କାମ କରିଥିବା ସତ୍ୟ ପ୍ରକାଶ ନାୟକ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ଓଡିଶାରେ ଗଣମାଧ୍ୟମ ଜଗତରେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । ସେ ଜି କଳିଙ୍ଗ, କନକ ଟିଭି, ଇଟିଭି ଓଡିଆ ଏବଂ ଦ ସମୟ ପରି ପ୍ରତିଷ୍ଠିତ ସଂସ୍ଥାରେ ବଡ ପଦବୀରେ କାମ କରିଛନ୍ତି।  ସରକାରଙ୍କୁ ଶାଣିତ ସ୍ଵରରେ ପ୍ରଶ୍ନ ପଚାରିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାନ୍ତି । ସର୍ବଦା ଲୋକଙ୍କ ସ୍ଵର ଉଠାଇବା ସହ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.