ବ୍ରହ୍ମପୁର ୨୧।୬: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡି ଟିମ୍ ପହଞ୍ଚିଛି । ଏହି ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ସାଂସଦ ରଞ୍ଜିତ ରଂଜନ, ପରିଣୀତି ସିଂ ଦେ, ସାଂସଦ ଏସ୍ ଜ୍ୟୋସ୍ନାମଣି, ଶୋଭା ଓଝା ଗୋପଳପୁର ଗସ୍ତ କରିଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସହ ଏହି ଟିମ୍ରେ ଓଡ଼ିଶା ପ୍ରଦେଶ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ବେଳାଭୂମିରେ ଘଟିଥିବା ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆଲୋକୀକରଣ ବ୍ୟବସ୍ଥା ନାହିଁ । ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି ଏହି ଟିମ୍ ସଦସ୍ୟ । ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ରିପୋର୍ଟ ଦେବୁ ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିଛନ୍ତି । କନ୍ଧମାଳ ଜିଲ୍ଲା ଗସ୍ତ କରି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ରଖିବୁ ବୋଲି ଟିମ୍ ସଦସ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୫ ତାରିଖ ରାତିରେ ଗୋପାଳପୁର ବେଳାଭୂମିରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଯୁବତୀ ନିଜ ପୁରୁଷବନ୍ଧୁଙ୍କ ସହ ବେଳାଭୂମି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ବେଳେ ଆଉ ୭ ଜଣ ସେମାନଙ୍କୁ ସାହାଯ୍ୟ କରିଥିଲେ । ଏହି ନିନ୍ଦନୀୟ ଘଟଣାରେ ବ୍ରହ୍ମପୁର ଏସ୍.ପି ସର୍ବଣା ବିବେକ ଏମ୍ଙ୍କ ନେତୃତ୍ୱରେ ଗୋପାଳପୁର ପୋଲିସ ଟିମ୍ ଘଟଣାର ୨୪ ଘଣ୍ଟା ସମୟ ମଧ୍ୟରେ ସମସ୍ତ ୧୦ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ସେଥିମଧ୍ୟରୁ ୪ ଜଣ ନାବାଳକ ରହିଥିବା ଯୋଗୁଁ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଥିଲା ।
You Can Read:
ମଦ ପିଇବାକୁ ବାରଣ କଲେ ଆଶା କର୍ମୀ, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ