ସମ୍ବଲପୁର ୮।୬: ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସନ୍ଦେହ । ସମ୍ବଲପୁର ଜିଲ୍ଲାର ଚାରମାଲ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଦେଖା ଦେଇଥିବା ସୂଚନା ମିଳିଛି l ମାଓବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ କମ୍ବିଂ ଅପେରସନ ଜୋରଦାର କରାଯାଇଛି l ତେବେ ଅର୍ଦ୍ଧ ସାମରିକ ବାହିନୀ, DVF ଓ ଏସଓଜି ଯବାନଙ୍କୁ ନେଇ ଚାଲିଛି ଅପରେସନ । ଡ୍ରୋନ୍ କ୍ୟାମେରା ସହାୟତାରେ ଚାଲିଛି ସର୍ଚ୍ଚ ।
ଛତିଶଗଡରେ ଜୋରଦାର ଅପରେସନ ପରେ ୧୦୦ରୁ ଅଧିକ ମାଓବାଦୀ ଏ ଅଞ୍ଚଳକୁ ଆସିଥିବା ଶୁଣାଯାଉଛି । ପୂର୍ବରୁ ଯୁଯୁମୁରା ମେଘପାଲ ଆଦି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିଲା । ପୂର୍ବରୁ MCC ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଓ ପରେ ସିପିଆଇ ମାଓବାଦୀ ହୋଇଥିବା ମାଓ ସଂଗଠନର SDS (ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ)ର ଏ ଅଞ୍ଚଳ ହେଉଛି ରେଡ୍ କରିଡର । ଛତିଶଗଡ ଓ ଆନ୍ଧ୍ର ପଟରୁ ସୋନପୁର, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଦେଇ ଝାଡ଼ଖଣ୍ଡକୁ ସଂଯୋଗ କରୁଛି ଏହି SDS ରେଡ୍ କରିଡର ।
You Can Read:
ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି, ପ୍ରତି ଜିଲ୍ଲା ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍