ଫେଭର ମାଗି ଫେଲ୍ କରାଇଥିବା ଅଭିଯୋଗ, କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ

Published By : Prameya-News7 Bureau | July 23, 2025 IST

କଳାହାଣ୍ଡି ୨୩।୭: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଂଚଳରେ ଚାଞ୍ଚଲ୍ୟ । ଓଡ଼ିଶାରେ ସଂପ୍ରତି ଛାତ୍ରୀ ନିର୍ଯାତନା ପ୍ରସଙ୍ଗ ଜୋର ଧରିଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ପୁଣି ଥରେ ଫେଭର ପ୍ରସଙ୍ଗରେ କଲେଜର ଡ଼ାଟା ଏଣ୍ଟ୍ରି ଅପରେଟର ଗିରଫ ହେଇଥିବା ଜଣାପଡ଼ିଛି l 


ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ଥାନା ରିଷିଡ଼ା ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡ଼ାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରୁଥିଲେ ସୌମ୍ୟରଞ୍ଜନ ତ୍ରିପାଠୀ । ଉକ୍ତ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ସହିତ ୨୦୨୩ ମସିହାରେ ନାମ ଲେଖାଇଥିବା ଏହି ଛାତ୍ରୀ ଜଣଙ୍କୁ ପରୀକ୍ଷାରେ ଫେଲ୍ କରାଇଥିବା ନେଇ ଅଭିଯୋଗ ହୋଇଛି l ଏଥି ପୂର୍ବରୁ ଉକ୍ତ ଛାତ୍ରୀ ଜଣଙ୍କ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ l ଏହାକୁ ନେଇ ଉପ ଜିଲ୍ଲାପାଳ କିଛି ଦିନ ତଳେ ଅଭିଯୁକ୍ତଙ୍କ ସମେତ କଲେଜ ଅଧ୍ୟକ୍ଷଙ୍କୁ ଡ଼ାକି ଘଟଣାର ତଦନ୍ତ କରିଥିଲେ । କିଛି ଦିନ ହେବ ସୌମ୍ୟ ରଞ୍ଜନଙ୍କୁ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦଳି କରିଥିଲେ l ତେବେ ପୁଣି ଥରେ ଏହି ଘଟଣାକୁ ନେଇ ପ୍ରଶାସନ ତତ୍ପରତା ଦେଖାଇବା ସହିତ ମଙ୍ଗଳବାର ମଧ୍ୟ ଉକ୍ତ ଛାତ୍ରୀଙ୍କ ଘରକୁ ଯାଇ ପୋଲିସ ମ.ରାମପୁର ତହସିଲଦାର ଓ ସିଡ଼ିପିଓଙ୍କ ଉପସ୍ଥିତିରେ ପଚରାଉଚୁରା କରିଥିଲେ l ବୁଧବାର ମ.ରାମପୁର ପୋଲିସ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ଅଭିଯୁକ୍ତଙ୍କୁ ମ.ରାମପୁର ଥାନାକୁ ଆଣିବା ପରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କୋର୍ଟ ଚାଲାଣ କରିଛି l ତେବେ ମ.ରାମପୁର ଥାନା ଅଂଚଳରେ ବର୍ତ୍ତମାନ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି l 

You Can Read:

ଯାତ୍ରା ମଞ୍ଚରେ ସାପ ସହ ଅଭିନୟ, ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା ସାଇ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.