କେନ୍ଦୁଝର ୦୩।୦୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ଣ ୧୦ଟା ୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ସେବା ଓ ମା' ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର ଶୁଭ ଉଦଘାଟନ କରିବେ। ଦିନ ୧୧ଟାରେ ଦରବାର ହଲ୍ ଠାରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଅପରାହ୍ଣ ୩ଟାରେ କେନ୍ଦୁଝର ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ସାହାଣୀ କପ୍ ଫାଇନାଲ ଫୁଟବଲ ମ୍ୟାଚକୁ ଉଦ୍ ଘାଟନ କରିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ।
‘୨୦୧୯ରେ ମୋର ବାପାଙ୍କ ନିଧନ ହୋଇଥିଲା, ୨୦୨୦ରେ କୃଷି...
