ଶରଧାବାଲି ଅଘଟଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆଗକୁ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଉପରେ ଦେଲେ ଗୁରୁତ୍ବ

Published By : Prameya-News7 Bureau | July 01, 2025 IST

ପୁରୀ: ଶରଧାବାଲିରେ ଘଟିଥିବା ଅଘଟଣର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମଙ୍ଗଳବାର ପୁରୀେ ସର୍କିଟ୍ ହାଉସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ସହ ଆଗକୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଏବଂ ଏହା ପରବର୍ତ୍ତୀ କାର୍ଯ୍ୟକ୍ରମ ଯେପରି ସୁଚାରୁରୂପେ ହେବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବୈଠକ ପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଶରଧାବାଲିରେ ଘଟିଥିବା ଅଘଟଣ ଅପ୍ରତ୍ୟାଶିତ। ଘଟଣା ପାଇଁ ମର୍ମାହତ। ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନର  ଅନୁ ଗର୍ଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ରଥଯାତ୍ରାର ୩ଟି ବଡ଼ ଉତ୍ସବ ରହିଛି। ମୁଖ୍ୟ ଫୋକସରେ ରହିଛି ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା। କର୍ଡନ ପାସ୍ ସଂଖ୍ୟା କମାଇ କେବଳ ଅତ୍ୟାବଶ୍ୟକୀୟ ନନ୍ ଟ୍ରାନ୍ସଫରେବଲ୍ ପାସ୍ ଇସ୍ୟୁ,ଉପରେ ଆଲୋଚନା ହୋଇଛି। ଭୁବନେଶ୍ୱର-ପୁରୀ ରାଜରାସ୍ତାରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବ। ଅନଧିକୃତ ଗାଡ଼ିକୁ ଭିଡ଼ ମଧ୍ୟରେ ପ୍ରବେଶ ନିଷେଧ।

ଅଗ୍ନିଶମ ସେବା ବିଭାଗକୁ ସମୁଦ୍ରକୂଳ ଓ ଅନ୍ୟ ହଟସ୍ପଟ୍ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ।ସମର୍ପଣ ଭାବରେ ନିଜ ଦାୟିତ୍ୱ ନିର୍ବାହ କରି ଏହି ପବିତ୍ର ଉତ୍ସବକୁ ସଫଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଜ୍ୱଳନଶୀଳ ବସ୍ତୁ ବିକ୍ରୟ ଓ ରାସ୍ତା ଅବରୋଧ କରି ରନ୍ଧା କାର୍ଯ୍ୟ କଡ଼ା ଭାବେ ବାରଣ କରାଯାଇଥିବାନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.