ଅନୁମତି ନଥାଇ ମନ୍ଦିର ଗର୍ଭଗୃହରେ ପ୍ରବେଶ; ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

Published By : Prameya-News7 Bureau | October 18, 2024 IST

ମୁମ୍ବାଇ: ମନ୍ଦିର ନିୟମ ଭଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଅନୁମତି ନଥାଇ ମନ୍ଦିରର ଗର୍ଭଗୃହରେ ପ୍ରବେଶ କଲେ । ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ନାଁରେ । ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ମହାକାଳ ମନ୍ଦିରର ନିୟମ ଭାଙ୍ଗିଛନ୍ତି । ନିଷେଧାଦେଶ ସତ୍ତ୍ବେ ସେ ପତ୍ନୀ ଏବଂ ଦୁଇ ସାଥିଙ୍କ ସହିତ ଗର୍ଭଗୃହକୁ ପ୍ରବେଶ କରି ପୂଜାର୍ଚ୍ଚନା କରିଥିଲେ ।    

ମହାକାଳଙ୍କ ଦର୍ଶନ ପାଇଁ ସାଂସଦ ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଏବଂ ଦୁଇ ସାଥି ଆସିଥିଲେ । ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଫଟୋ ଏବଂ ଭିଡିଓ ସାମ୍ନାକୁଛି । ଏମାନେ ସମସ୍ତେ ବୁଧବାର ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ ଗର୍ଭଗୃହରେ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ମହାକାଳଙ୍କ ଶୃଙ୍ଗାର ବେଳେ ୪ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ଅନୁମତି ନଥାଇ ସାସଂଦ କିଭଳି ଗର୍ଭଗୃହକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ପ୍ରସଙ୍ଗକୁ ଉତ୍ତେଜନା ବଢ଼ିବା ପରେ, ମନ୍ଦିର ପ୍ରଶାସନ ମୁହଁ ଖୋଲିଛି । ଏହି ମାମଲାରେ ତଦନ୍ତ ହେବ, ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ହୋଲି କହିଛନ୍ତି ।

ଏକ ବର୍ଷ ହେଲା ମହାକଳ ମନ୍ଦିରର ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । କେବଳ ପୁରୋହିତମାନଙ୍କୁ ଏଠାରେ ପ୍ରବେଶ କରିବାକୁ ଅନୁମତି ରହିଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମହାକଳେଶ୍ୱର ଶିବଲିଙ୍ଗ ଠାରୁ ୫୦ ଫୁଟ ଦୂରରେ ରହି ଦର୍ଶନ କରିବେ । ମାତ୍ର  ୪ ମାସ ମଧ୍ୟରେ ମନ୍ଦିରର ନିୟମ ଭାଙ୍ଗିବା ଚତୁର୍ଥ ଘଟଣା ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.