ନୂଆଦିଲ୍ଲୀ: ବୋନ୍ରେ ବିକାଶଶୀଳ ଦେଶଙ୍କ ଏକାଠି ହେବା ବ୍ରାଜିଲରେ ହେବାକୁ ଥିବା କୋପ୍ ୩୦ ପାଇଁ ମାହୋଲ ତିଆରି କରିବ । ଏଠାରେ ପ୍ୟାରିସ୍ ବୁଝାମଣାର ଅନୁଚ୍ଛେଦ ୯.୧କୁ ଔପଚାରିକ ଏଜେଣ୍ଡାରେ ସାମିଲ କରିବା ପାଇଁ ଜୋରଦାର ଉଦ୍ୟମ କରାଯାଇଛି । ଏହା କୋପ୍-୨୯ ବାକୁରେ ଜଳବାୟୁ ବିତ୍ତୀୟ ଉତ୍ତରଦାୟୀ (କ୍ଲାଇମେଟ୍ ଫାଇନାନ୍ସ ଆଟାଉଣ୍ଟବିଲିଟି) ପରିଣାମର ବ୍ୟାପକ ନିରାଶ ପରେ ହେଉଛି । ବୋନରେ ଭାରତ ବିକାଶଶୀଳ ଦେଶଙ୍କ ଲଢେଇର ନେତୃତ୍ୱ ନେଇଛି । କୋପ୍ ପୂର୍ବରୁ ପ୍ରତିବର୍ଷ ବୋନ୍ ସମ୍ମିଳନୀ ହୋଇଥାଏ । ତେବେ ଏଥିରେ ବିକଶିତ ଓ ବିକାଶଶୀଳ ଦେଶ ମଧ୍ୟରେ ଅନୁଚ୍ଛେଦ ୯.୧କୁ ଏକ ଭିନ୍ନ ଏଜେଣ୍ଡା ଆଇଟମ୍ ରୂପେ ସାମିଲ କରିବାକୁ ନେଇ ମତଭେଦ ହୋଇଛି । ଏହି ଅନୁଚ୍ଛେଦ ବିକଶିତ ଦେଶ ଉପରେ ବିକାଶଶୀଳ ଦେଶରେ ଜଳବାୟୁ ପରିବର୍ତ୍ତନ କମ କରିବା ପ୍ରୟାସ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅନୁକୂଳ କରିବା ଦାୟିତ୍ୱ ଦେଇଥାଏ ।
ତେବେ ଅନୁଚ୍ଛେଦ ୯.୧କୁ ଔପରାଚିକ ରୂପେ ଏଜେଣ୍ଡାରେ ସାମିଲ କରିବା ଦାବିକୁ ସ୍ୱୀକାର କରାଯାଇନାହିଁ । କିନ୍ତୁ ସମ୍ମିଳନୀର ଅଧ୍ୟକ୍ଷ ଜୁନ୍ ୨୩ରେ ଏହି ପ୍ରସଙ୍ଗ ଉପରେ ଔପଚାରିକ ପରାମର୍ଶ ପାଇଁ ଅନୁମତି ଦେଇଥିଲେ । ଭାରତ ଓ ବୋଲିଭିଆ ଚର୍ଚ୍ଚାର ନେତୃତ୍ୱ ନେଇଥିଲେ, ଯେଉଁଥିରେ ନାଇଜେରିଆ, ଚାଡ୍ ଓ ଆରବ ସମୂହ ସକ୍ରିୟ ରୂପେ ଭାଗ ନେଇଥିଲେ । ବିତର୍କର କେନ୍ଦ୍ରରେ ପ୍ୟାରିସ୍ ବୁଝାମଣାର ଅନୁଚ୍ଛେଦ ୯.୧ ଥିଲା, ଯେଉଁଥିରେ କୁହାଯାଇଛି- ବିକଶିତ ଦେଶ ବାକଶଶୀଳ ଦେଶଗୁଡ଼ିକୁ ଜଳବାୟୁ ଅନୁକୂଳ ରୂପାନ୍ତରଣ ପାଇଁ ବିତ୍ତୀୟ ସମ୍ୱଲ ପ୍ରଦାନ କରିବେ ।
ବିକାଶଶୀଳ ଦେଶର ଯୁକ୍ତି ଯେ ଅନୁଚ୍ଛେଦ ୯.୧ର ଖରାପ କ୍ରିୟାନ୍ୱୟନ ବୈଶ୍ୱିକ ଜଳବାୟୁ ବ୍ୟବସ୍ଥାରେ ଜଳବାୟୁ ସମାନତା ଓ ବିଶ୍ୱାସ ଉଭୟକୁ ଦୁର୍ବଳ କରିଛି । ସେମାନଙ୍କ ଯୁକ୍ତି ଯେ ଅଧିକାଂଶ ଜଳବାୟୁ ବିତ୍ତୀୟ ଅନୁଦାନ ପରିବର୍ତ୍ତେ ଋଣ ରୂପେ ଅଟେ, ଯାହା ଦୁର୍ବଳ ଅର୍ଥବ୍ୟବସ୍ଥା ଉପରେ ଆର୍ଥିକ ବୋଝ ବଢାଉଛି । ଏହାର ଅର୍ଥ ଯେ ଗରିବ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଧନୀ ଦେଶରୁ ଯେଉଁ ଅର୍ଥରାଶି ମିଳୁଛି, ଯାହା ଅଧିକାଂଶ ଋଣ ଆକାରରେ ହୋଇଥାଏ । ଫଳରେ ସେମାନଙ୍କ ଉପରେ ଆର୍ଥିକ ବୋଝ ଅଧିକ ହେଉଛି ।
ଭାରତ ଔପଚାରିକ ପରାମର୍ଶ ବେଳେ ନିଜ କଥାକୁ ମଜଭୁତ ସହ ଉପସ୍ଥାପନ କରିଛି । ଅନୁଚ୍ଛେଦ ୯.୧କୁ କେବଳ ନୈତିକ ବାଧ୍ୟତା ବୋଲି କହିନାହିଁ, ବରଂ ଏକ ଆଇନଗକ ଦାୟିତ୍ୱ ଓ ଜଳବାୟୁ ସମାନତାର ଆଧାର ବୋଲି କହିଛି । ଭାରତ ଚେତାବନୀ ଦେଇଛି ଯେ ଏହି ପ୍ରସଙ୍ଗକୁ ରଣନୈତିକ ରୂପେ ଧ୍ୟାନ ହଟାଇବା ଦ୍ୱାରା ବୈଶ୍ୱିକ ଜଳବାୟୁ ମୁକାବିଲାରେ ବିଳମ୍ୱ ହେବ । ଭାରତ ଏହା ମଧ୍ୟ କହିଛି ଯେ ଏହି ପ୍ରତିବଦ୍ଧତାକୁ ଅସ୍ପଷ୍ଟ ରୂପେ ପରିଭାଷିତ କିମ୍ୱା ଅପ୍ରତ୍ୟକ୍ଷ ସମର୍ଥନ ତନ୍ତ୍ରରୁ ବଦଳାଯାଇ ପାରିବ ନାହିଁ । ଭାରତ ଚିନ୍ତା ବ୍ୟକ୍ତି କହିଛି ଜଳବାୟୁ ବ୍ୟବସ୍ଥା ବିଶ୍ୱସନୀୟତା, ସନ୍ତୁଳନ ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ ଅନୁଚ୍ଛେଦ ୯.୧ କୁ ଲାଗୁ କରିବା ଆବଶ୍ୟକ ।