ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି, ଲାଠିଚାର୍ଜ ପରେ ପାଣି ଓ ଟିୟର ଗ୍ୟାସ୍ ମାଡ଼

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର ୨: ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗର୍ଜିଲା କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମ୍‌ଜିରେ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ କଂଗ୍ରେସ କର୍ମୀ । ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛନ୍ତି । 

ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ ଟେକାପଥର ଫିଙ୍ଗିଲେ କଂଗ୍ରେସ କର୍ମୀ । ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଛନ୍ତି । କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ପାଣି ମଧ୍ୟ ମାଡ଼ କରିଛି ପୋଲିସ । ଏସବୁ ସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍‌ ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଛି ପୋଲିସ । ତଥାପି ଅଣାୟତ ରହିଛି ସ୍ଥିତି ।


You Can Read:

୨୩ ଖଣି ବିରୋଧରେ ୨୭୦୦କୋଟି ଟଙ୍କାର ସାର୍ଟିଫିକେଟ୍ କେସ୍ ହୋଇଛି, ରିକଭରୀ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ସରକାର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.