ଯାଜପୁର ୧୮।୦୬ : ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ଯାଜପୁର ବ୍ୟାସନଗର ସ୍ଥିତ ଯାଜପୁର ରୋଡ ସିଏଚ୍ସିର ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ସୁଦ୍ଧା ୧୦ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇସାରିଛି ।
ଖବର ଅନୁଯାୟୀ, ଗତ କିଛି ଦିନ ହେବ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲଗାତର ଭାବେ ସଂକ୍ରମିତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି । ଏହିକ୍ରମରେ ଯାଜପୁର ରୋଡ ସିଏଚ୍ସିରୁ ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଉଭୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ସୁଧୀନି ମୁର୍ମୁ (୧ ବର୍ଷର ଝିଅ) ଏବଂ ପୂଜା ସାମାଡ଼ ( ୨୫ ବର୍ଷ) ବୋଲି ଜଣାପଡିଛି । ଉଭୟଙ୍କ ଘର ଯାଜପୁର ବ୍ୟାସନଗର ଚୂନଭାଟି ଅଞ୍ଚଳର ବୋଲି ଜଣାପଡିଛି ।