ଜେଲ୍ ଦଣ୍ଡ ଟାଳିବାକୁ ମହିଳା ରଚିଲେ ପ୍ଲାନ୍, ୪ ବର୍ଷରେ ତିନି ପିଲାର ମାଆ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧।୦୮ : ଚାଲାକ ମହିଳା । ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ରଚିଲେ ପ୍ଲାନ୍‌ । ୪ ବର୍ଷ ଧରି ନିଜ ପ୍ଲାନରେ ହେଲେ ସଫଳ । ଜେଲ୍ ଦଣ୍ଡରୁ ବଞ୍ଚିବା ପାଇଁ ମହିଳା ଜଣଙ୍କ ବାରମ୍ବାର ଗର୍ଭବତୀ ହୋଇଥିଲେ । ଏପିରିକି ୪ ବର୍ଷ ମଧ୍ୟରେ ତିନି ସନ୍ତାର ମାଆ ହୋଇସାରିଲେଣି ମହିଳା । ଯାହାକି ତାଙ୍କୁ ଜେଲ୍‌ ଦଣ୍ଡରୁ ବଞ୍ଚାଇ ଦେଇଛି।

୨୦୨୦ ମସିହା ଡିସେମ୍ବର ମାସରେ ଚୀନ୍‌ର ଏକ କୋର୍ଟ ମହିଳା ଚେନ୍‌ ହାଂଙ୍କୁ ପାଞ୍ଚ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଜାଲିଆତି ମାମଲାରେ କୋର୍ଟ ଶୁଣାଣି କରି ଏହି ରାୟ ଶୁଣାଇଥିଲେ ।ଏହାପରେ ମହିଳା ଜଣଙ୍କ ରଚିଲେ ପ୍ଲାନ୍ । ୪ ବର୍ଷ ଭିତରେ ସେ ତିନୋଟି ସନ୍ତାନର ମାଆ ଜେଲ୍‌ ଦଣ୍ଡାଦେଶକୁ ଏଡାଇ ଦେଇଛନ୍ତି । ତେବେ ଜଣେ ମହିଳା କିପରି କୋର୍ଟଙ୍କ ଆଦେଶକୁ ବେଖାତିର କରି ଚାଲିଥିଲେ। ହେଲେ ଚୀନ୍‌ର ଆଇନ କହୁଛି ଯେ, ଜଣେ ମହିଳା ଯଦି ଗର୍ଭବତୀ ଥାଆନ୍ତି, ତେବେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡିବ ନାହିଁ । ଗୋଟିଏ ପିଲାକୁ ଜନ୍ମ ଦେଇଥିଲେ ମହିଳାଙ୍କୁ ହୁଏତ ସଜା ମିଳିଥାନ୍ତି । କିନ୍ତୁ ମହିଳା ଜଣଙ୍କ ଲଗାତର ୪ ବର୍ଷରେ ତିନି ସନ୍ତାନଙ୍କୁ ଜନ୍ମ ଦେଇ ଏହି ଦଣ୍ଡାଦେଶରୁ ବର୍ତ୍ତିଯାଇଛନ୍ତି । 

୨୦୨୫ ମେ’ରେ ଜଣେ ଓକିଲ କିନ୍ତୁ ମହିଳାଙ୍କ ଖେଳ ବୁଝିପାରିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ଚେନ୍ ତାଙ୍କ ନବଜାତ ଶିଶୁ ସହିତ ରହୁ ନାହାନ୍ତି ଏବଂ ପିଲାଟିର ପରିବାର ପଞ୍ଜୀକରଣ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଭଉଣୀ ନାଁରେ ହୋଇଥିଲା । ଫଳରେ ଶିଶୁଟି ଆଇନଗତ ଭାବରେ ଅନ୍ୟର ହୋଇଗଲା । ମହିଳା ପ୍ରଥମ ଦୁଇଟି ସନ୍ତାନ ମଧ୍ୟ ତାଙ୍କ ପୂର୍ବତନ ସ୍ୱାମୀଙ୍କ ସହିତ ରହୁଥିବା ଜଣାପଡିଥିଲା।

ଏହା ଜଣାପଡ଼ିବା ପରେ ଚେନ୍ ସ୍ୱୀକାର କଲେ ଯେ ସେ ତାଙ୍କ ପିଲାଙ୍କ ବାପାଙ୍କୁ ଛାଡପତ୍ର ଦେଇଥିଲେ ଏବଂ ସମସ୍ତ ତିନୋଟି ଶିଶୁଙ୍କୁ ଦାନ କରିଥିଲେ । ଓକିଲ ଜଣକ ଜାଣିବାକୁ ପାଇଥିଲେ ଯେ ସେ ଜେଲରୁ ଖସିଯିବା ପାଇଁ ଜାଣିଶୁଣି ଗର୍ଭଧାରଣକୁ ଏକ କୌଶଳ ଭାବରେ ବ୍ୟବହାର କରିଥିଲେ ।

ତାଙ୍କ କାହାଣୀ ଭାଇରାଲ ହେବା ପରେ, ସୋସିଆଲ ମିଡିଆରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ୟୁଜର ଲେଖିଛ୍ତି, "ମୁଁ ସେହି ତିନି ପିଲାଙ୍କ ପାଇଁ ଦୁଃଖିତ, ଯେଉଁମାନେ କେବଳ ତାଙ୍କ ମାଆ ଜେଲରୁ ଖସି ଯିବାକୁ ଚାହୁଁଥିବାରୁ ଜନ୍ମ ହୋଇଥିଲେ।" ଅନ୍ୟ ଜଣେ ଲେଖିଛନ୍ତି, "ମୁଁ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲି ଯେ ସେ ଯେତେବେଳେ ଚାହିଁବେ ଗର୍ଭବତୀ ହୋଇପାରିବେ।"

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.