ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି। ଏହି ଗସ୍ତ ସମୟରେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ। ୱାଙ୍ଗ ଏବଂ ଡୋଭାଲ ଭାରତ ଏବଂ ଚୀନର ସ୍ୱତନ୍ତ୍ର ପ୍ରତିନିଧି। ଦୁଇ ଦେଶର ସୀମା ପ୍ରସଙ୍ଗରେ ସମସ୍ତ ଆଲୋଚନାରେ ଉଭୟଙ୍କ ନେତୃତ୍ବରେ ହୋଇଥାଏ।
ଏହି ଖବର ଏଭଳି ସମୟରେ ଆସିଛି ଯେତେବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋନୀ ମଧ୍ୟ ଚଳିତ ମାସ ଶେଷ ବେଳକୁ ଏସସିଓ ସମ୍ମିଳନୀ ପାଇଁ ଚୀନ ଗସ୍ତରେ ଯାଉଛନ୍ତି। ୨୦୨୦ରେ ଗଲୱାନ ସଂଘର୍ଷ ପରେ ଏହା ମୋଦୀଙ୍କର ପ୍ରଥମ ଚୀନ ଗସ୍ତ ହେବ। LACରେ ଉତ୍ତେଜନା ହ୍ରାସ ପରେ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ପରେ ଓ୍ବାଙ୍ଗଙ୍କ ମଧ୍ୟ ଏହା ପ୍ରଥମ ଭାରତ ଗସ୍ତ ।
ତେବେ କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏସୀୟ ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଥିବାରୁ ଉଭୟ ଦେଶ ମଧ୍ୟ ସମ୍ପର୍କ ସୁଧାରିବାର ସଙ୍କେତ ଭାବରେ ଦେଖାଯାଉଛି। ୨୦୨୪ରେ, ପ୍ରଧାନମନ୍ତ୍ରୀ ମୋଦୀ କାଜାନରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଜିନପିଙ୍ଗଙ୍କୁ ଭେଟିଥିଲେ, ଯାହା ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ଥିର ହେଉଥିବାର ସଙ୍କେତ ଦେଇଥିଲା। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଚୀନ୍ ମଧ୍ୟରେ ଆସନ୍ତା ମାସରୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ହେବାକୁ ଯାଉଛି।