ଚୀନ୍ ଏଆଇ ‘ଡୀପ୍‌ସେକ୍ ଦେଲା ଝଟକା; ୫ଶହ ଆରବପତିଙ୍କ ୯.୩୪ ଲକ୍ଷ କୋଟି ବୁଡ଼ିଲା

Published By : Prameya-News7 Bureau | January 28, 2025 IST

ନୂଆଦିଲ୍ଲୀ: ଏଆଇ ଦୁନିଆରେ ଏବେ ନୂଆ ଯୁଦ୍ଧ ଆରମ୍ଭ ହୋଇଯାଇଛି । ‘ଓପେନ୍ ଏଆଇ ଏବଂ ଜେମିନି’ ବିଶ୍ବର ସବୁଠାରୁ ବଡ଼ ମଡ୍ୟୁଲାର୍ ଥିଲା । ଏହାପରେ ଏଲନ ମସ୍କ ନିଜସ୍ବ ମଡ୍ୟୁଲାର ‘ଗ୍ରୋକ୍ ଏଆଇ’ ଲଞ୍ଚ କରିଥିଲେ । ଏବେ ଚୀନ୍ ଏଆଇ ଦୁନିଆରେ ଆଉ ପାଦେ ଆଗକୁ ବଢ଼ାଇଛି । ଚୀନ ନିଜର 'ଡୀପ୍‌ସେକ୍ ଏଆଇ’ ଲଞ୍ଚ୍ କରିଛି । ଚାଇନାର ଏହି ଏଆଇ ପାଇଁ ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନିଙ୍କୁ ବଡ଼ ଝଟକା ଲାଗିଛି ।  

ଚୀନ ଡୀପ୍‌ସେକ୍ ଏଆଇ’ ବିଶ୍ବରେ ଦବଦବା ଜାହିର କରିଛି । କମ୍ ଖର୍ଚ୍ଚରେ ଚାଇନା ଏହାକୁ ତିଆରି କରିଥିବା ନେଇ ଆମେରିକା ସମେତ ଅନେକ ସେୟାର ମାର୍କେଟରୁ ଜଣାପଡ଼ିଛି । ଯାହା ଫଳରେ ଆମେରିକାର ଅନେକ ଟେକ୍ କମ୍ପାନିର ସେୟାର ତାସ୍‌ର ଘର ପରି ଭୁଶୁଡ଼ି ପଡ଼ିଛି । ଅନେକ ପୁଞ୍ଜିପତିଙ୍କ ନେଟ୍ ଓ୍ବେଥ୍ ମଧ୍ୟ ହ୍ରାସ ପାଇଛି । ଏଆଇ କ୍ଷେତ୍ରରେ ଚୀନର ଏହି ଝଟକା ଅନେକ ଆରବପତିଙ୍କୁ ତଳିତଳାନ୍ତ କରିଦେଇଛି । ବିଶ୍ବର ୫ଶହ ଆରବପତିଙ୍କ ସମ୍ପତ୍ତି ପ୍ରାୟ ୯.୩୪ ଲକ୍ଷ କୋଟି ହ୍ରାସ ପାଇଛି ।ଏଥିରେ ଓରାକଲ କର୍ପର କୋ-ଫାଉଣ୍ଡର ଲୈରୀ ଏସିସାନ ଏବଂ ଏନବିଡିଓର ସହ-ପ୍ରତିଷ୍ଠାତା ଜନସନ ହୁଆଙ୍ଗୁଙ୍କୁ ସର୍ବାଧିକ ହୋଇଛି ।

ପୁଞ୍ଜି ବଜାରରେ ସର୍ବାଧିକ ସେୟାର ହ୍ରାସ ପାଇଥିବା ଆରବପତିଙ୍କ ଭବିଷ୍ୟତ ଏଆଇ ମଡେଲ ସହିତ ଜଡ଼ିତ ଥିଲା ।  ଆଧୁନିକ ଦୁନିଆରେ ଏଆଇ ପାଇଁ ଜରୁରୀ ପିଚ୍ ତିଆରି କରୁଥିବା କମ୍ପାନି ଏନଭିଡିଓର କୋ-ଫାଉଣ୍ଡର ଜନସନ ହୁଆଙ୍ଗଙ୍କ ପାଇଁ ସୋମବାର ଭୂମିକମ୍ପ ଝଟକା ଭଳି ଥିଲା । ଚୀନ୍ ଏହି ଏଆଇ ମଡ୍ୟୁଲାରକୁ ଶସ୍ତା ହୋଇଥିବାରୁ ଜନସନ ହୁଆଙ୍ଗଙ୍କ ସମ୍ପତ୍ତି ୨୦.୧ ବିଲିୟନ ଡଲାର ହ୍ରାସ ପାଇଛି । ଆରବପତିଙ୍କ ସମ୍ପତ୍ତି ଏବେ ୧୦୧ ବିଲିୟନ ଡଲାର ହୋଇଯାଇଛି ।

ଚୀନ ‘ଡୀପ୍‌ସେକ୍ ଏଆଇ’ ଲଞ୍ଚ କରିବା ପରେ ଓରାକଲ୍ କାର୍ପର ସହ-ସଂସ୍ଥାପକ ଲୈରୀ ଏଲିସନଙ୍କ ସମାନ ଦଶା ହୋଇଛି । ଚୀନ ଏଆଇ ଯୋଗୁ ସବୁଠାରୁ ଅଧିକ କ୍ଷତି ଲୈରୀଙ୍କ କମ୍ପାନିକୁ ହୋଇଛି । ଗୋଟିଏ ଦିନରେ ୨୨.୬ ଆରବ ଡଲାର କ୍ଷତି ହୋଇଛି । ସ୍ପେଶଏକ୍ସ ମାଲିକ ଏଲନ ମସ୍କଙ୍କୁ ମଧ୍ୟ ଘାଟା ହୋଇଛି । ‘ଡୀପ୍‌ସେକ୍ ଏଆଇ’ ବିଶ୍ବର ୫ଶହ ଆରବପତିଙ୍କ ୧୦୮ ଆରବ ଡଲାର କ୍ଷତି ହୋଇଛି । କେବଳ ଟେକ୍ ସେକ୍ଟରରେ ଆରବପତି ୯୪ ଆବର ଡଲାର ହରାଇଛନ୍ତି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.