ରବିବାର ଆଡ଼ପ ବିଜେ କରିବେ ତିନିଠାକୁର, ପ୍ରଶାସକ କହିଲେ ସବୁ କିଛି ଚାଲିଛି ଠିକ୍‌ଠାକ୍

Published By : Prameya-News7 Bureau | June 28, 2025 IST

ପୁରୀ ୨୮/୦୬: ବଡ଼ଠାକୁରଙ୍କ ରଥ ଠିକ୍ ସମୟରେ ଲାଗିଛି । ରଥଟଣା ପାଇଁ ସାଢେ଼ ୯ ଟା ସମୟ ଧାର୍ଯ୍ୟ ହୋଇଥିଲେ ବି ୯ ଟା ୨୫ ରେ ରଥଟଣା ଆରମ୍ଭ ହୋଇଥିଲା। ୧୧ ଟା ୧୭ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା। ସମସ୍ତେ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ ଆହୁରି କହିଛନ୍ତି ଆଡ଼ପମଣ୍ଡପ ପହଣ୍ଡି ପଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। 


ରବିବାର ଆଡ଼ପ ମଣ୍ଡପ ବିଜେ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ପ୍ରଶାସକ କହିଛନ୍ତି ଶୁକ୍ରବାର ସବୁ ଦେବନୀତି ଠିକ୍ ଥିଲା, ନିର୍ଦ୍ଧାରିତ ସମୟ ଅନୁଯାୟୀ ରଥଟଣା ଆରମ୍ଭ ହୋଇଥିଲା।  ତଥାପି ଜଗନ୍ନାଥଙ୍କ ରଥ ବିଳମ୍ବ ହୋଇଥିଲା । କୌଣସି ନୀତିରେ ସମସ୍ୟା ହୋଇନାହିଁ । ଅନ୍ୟ ବର୍ଷ ଭଳି ଏବର୍ଷ ବି ଦୁଇ ଦିନ ରଥଟଣା ହୋଇଛି । କିଛି ସମସ୍ୟା ନାହିଁ । ସବୁ ଶୃଙ୍ଖଳିତ ଭାବେ ହୋଇଛି । 

ସବୁ ସେବାୟତଙ୍କ ସହ ସହ ଉତ୍ତମ ସମନ୍ୱୟ, ରହିଛି, ସବୁ କିଛି ଠିକ ଠାକ୍ ଚାଲିଛି। ଆଗାକୁ ସବୁ ନୀତିକାନ୍ତି ଠିକ ଚାଲିବ। ସେପଟେ ତିନିଠାକୁର ବଡଦେଉଳରେ ନଥିବାବେଳେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ କାମ ଆରମ୍ଭ ହେଉଛି । ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ବି ଚାଲିବ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.