କଟକ: କଟକ ନୂଆବଜାର ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଗୁଳିମାଡ଼ ଘଟଣାରେ ଆସିଛି ନୂଆ ଟୁଇଷ୍ଟ। ଯୁବକଙ୍କୁ କେହି ଗୁଳି ମାଡ଼ କରି ନ ଥିଲେ ବରଂ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଯୁବକ ଆହତ ହୋଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ସହ ଖୋକା ଜବତ କରିଛି।
ଗିରଫ ଅଭିଯୁକ୍ତ ହେଲେ ଗୁଳି ମାଡ଼ରେ ଆହତ ହୋଇଥିବା ସଞ୍ଜୟ ତରାଇଙ୍କ ବନ୍ଧୁ ଭଗବାନ ରାଉତ ଓ ଭଗବାନଙ୍କୁ ବନ୍ଧୁକ ଦେଇ ଥିବା ଲିଟୁ। ଗତକାଲି ବିଳମ୍ବିତ ରାତିରେ ଗୁଳି କାଣ୍ଡପରେ ସଞ୍ଜୟ ତରାଇଙ୍କୁ ଏସସିବି ଡାକ୍ତରଖାନାରେ ବର୍ତ୍ତି କରାଯାଇଥିଲା।। ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଠାରୁ ପୋଲିସ ଏନେଇ ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରି ଥିଲା।
ସଞ୍ଜୟ ତରାଇ ନିଜ ବନ୍ଧୁ ଭଗବାନ ରାଉତଙ୍କ ସହ ରାସ୍ତାରେ ଯାଉ ଥିବା ବେଳେ କେହି ବାହାର ଦୃର୍ବୁତ୍ତ ଗୁଳି ମାଡ଼ କରିଥିବା କଥା ପ୍ରଥମେ କହିଥିଲେ ଉଭୟ। କିନ୍ତୁ ତଦନ୍ତ ସମୟରେ ଭଗବାନ ସାଙ୍ଗ ମାନଙ୍କ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟି ଥିବା ପୋଲିସ ଜାଣିବାକୁ ପାଇଥିଲା। ଏବଂ ଏଥିରେ ସଞ୍ଜୟ ତରାଇ ଆହତ ହୋଇଥିଲେ। ମାମଲାରେ ପୋଲିସ ଭଗବାନ ଓ ବନ୍ଧୁକ ବେପାରୀ ଲିଟୁକୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ।