ପୁରୀ ୨୮/୬: କାହା ପାଇଁ ଅଟକିଥିଲା ରଥ? କିଏ ସେହି କାଳିଆର ଭକ୍ତ? ଯାହା ପାଇଁ ସିଂହଦ୍ୱାରରେ ଅଟକିଥିଲା ନନ୍ଦିଘୋଷ । ଗୁରୁବାର ଅଧାରେ ଅକିଥିବା ନନ୍ଦିଘୋଷ ଆଜି ସକାଳୁ ପୁଣି ଗଡ଼ିଛି । ମାନ ଅଭିମାନ ସବୁକିଛି ଭାଙ୍ଗିଛନ୍ତି ମନୁଆ ଠାକୁର । ବଡ଼ାଦାଣ୍ଡରେ ଘରଘର ନାଦ କରି ଗଡ଼ିବା ଆରମ୍ଭ କରିଛି ରଥ । ତା’ ନିର୍ଦ୍ଦେଶରେ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଛି ।
ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରେ ପୁଣି ରଥ ଟାଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକରୁ ଆଗେଇ ଚାଲିଛି । ଠାକୁରଙ୍କ ଅବକାଶ ସରିବା ପରେ ସକାଳ ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହେଲା ରଥ ଟଣା।
ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର। କାଳିଆ ସାଆନ୍ତ ଅଗଣିତ ଭକ୍ତଙ୍କ ମଣିମା ଡାକ ଶୁଣିବା ପରେ ରଥଚକଡ଼ା ଅଧାରେ ଅଟକିଥିବା ମହାପ୍ରଭୁଙ୍କ ରଥ ଗଡ଼ିବା ଆରମ୍ଭ କରିଛି । ଭକ୍ତଙ୍କ ଗହଳ ଭେଦି ଆଇବାରେ ଲାଗିଛି ନନ୍ଦିଘୋଷ ରଥ। ଶ୍ରୀମନ୍ଦିରରୁ ଶରଧାବାଲି ପଲଟିଲା ଜନସମୁଦ୍ର ।
ଅନ୍ୟପଟେ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକିଥିବା ବଡ଼ଠାକୁରଙ୍କ ତାଳଧ୍ବଜକୁ ଟାଣି ନେଲେ ଭକ୍ତ। ପରେ ମରିଚିକୋଟ ପାଖରୁ ରହିଥିବା ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଛି। ଆଜି ଗୁଣ୍ଡିଚା ମନ୍ଦିରରେ ରଥତ୍ରୟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ।