ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ, ୧୫ ହଜାର ଟଙ୍କାର ନେଉଥିଲେ ଲାଞ୍ଚ

Published By : Prameya-News7 Bureau | June 19, 2025 IST

ଭୁବନେଶ୍ୱର ୧୯।୦୬ : ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଚନ୍ଦନପୁର ଥାନା ଏଏସଆଇ ପ୍ରଭାତ କୁମାର ପ୍ରଧାନ। ଜମିଜମା କେସ ନେଇ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଧରାପଡିବା ପରେ ପ୍ରଭାତଙ୍କ ଦୁଇଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ । 

ଖବର ଅନୁଯାୟୀ, ଚନ୍ଦନପୁର ଥାନା ଏଏସ୍‌ଆଇ ପ୍ରଭାତ କୁମାର ପ୍ରଧାନ ଜମିଜମା ବିବାଦକୁ ନେଇ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସ । ତେବେ ଭିଜିଲାନ୍ସ ହାତରେ ଧରାପଡିବା ପରେ ପ୍ରଭାତଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହାସହ କିଛି କାଗଜପତ୍ର ମଧ୍ୟ ଜବତ କରିଥିବାର ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.