ଯାଜପୁରରେ କେନ୍ଦ୍ରୀୟ ଟିମ୍‌ର ତନାଘନା, ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍‌ର ଚଢାଉ

Published By : Prameya-News7 Bureau | June 17, 2025 IST

ଯାଜପୁର ୧୭।୦୬ : ଯାଜପୁରରେ କେନ୍ଦ୍ରୀୟ ଟିମ୍‌ । ବିଭିନ୍ନ ସ୍ଥାନରେ ପହଞ୍ଚି ତଦାରଖ କରୁଛନ୍ତି । ଏହାସହ ୨ ଶହରୁ ଅଧିକ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍‌ ପକ୍ଷରୁ ଚଢାଉ ଜାରି ରହିଛି । 

ଖବର ଅନୁଯାୟୀ, ଯାଜପୁରରେ ଗତ କିଛି ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଯାହାଫଳରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହିକ୍ରମରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଟିମ୍‌ ଆସି ଯାଜପୁରରେ ପହଞ୍ଚିଛନ୍ତି । ଯାଜପୁରରେ ପହଞ୍ଚି ବିଭିନ୍ନ ସ୍ଥାନମାନଙ୍କରେ ବୁଲି ତଦାରଖ କରୁଛନ୍ତି । ଯାଜପୁର ଜିଲ୍ଲା କେନ୍ଦ୍ରୀୟ ଟିମ୍‌ ସହ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଏହି ସମୀକ୍ଷା ବୈଠକରେ ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । 

ଅନ୍ୟପଟେ ବିଭିନ୍ନ ପାଣି ପ୍ୟାକେଜିଂ କାରଖାନା, ଥଣ୍ଡା ତିଆରି କାରଖାନାର ସହ ୨ ଶହରୁ ଅଧିକ ସ୍ଥାନରେ ଚଢାଉ କରୁଛି ଖାଦ୍ୟ ସୁରକ୍ଷା ଟିମ୍‌ । ଉଭୟ ଟିମ୍‌ ମିଳିତ ଭାବେ ବିଭିନ୍ନ ସ୍ଥାନମାନଙ୍କରେ ବୁଲି ତଦାରଖ କରୁଛନ୍ତି । ଏହି ସମୟରେ ୫ଟି ପାଣି ପାଉଚ୍‌ ପ୍ୟାକେଜିଂ ସହ ୧୧ଟି ହୋଟେଲ୍‌କୁ ସିଲ୍‌ କରିଛି ଖାଦ୍ୟ ସୁରକ୍ଷା ବିଭାଗ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.