ଭୁବନେଶ୍ୱର ୨୦।୦୮ : ବସ୍ ସାଇଡ୍ ମରାକୁ ନେଇ ତୁମୁଳକାଣ୍ଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରେ ବସ୍ ସାଇଡ୍ ମରାକୁ ନେଇ ଭଙ୍ଗାରୁଜା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ।
ଖବର ଅନୁଯାୟୀ, ବୁଧବାର ଦିନ ଭୁବନେଶ୍ୱରର ନାଲକୋ ଛକରୁ ଡମଣା ଅଭିମୁଖେ ଯାଉଥିଲେ ଆମ ବସ୍। ଏହି ସମୟରେ ଆମ ବସ୍ଟି ଏକ କାର୍କୁ ସାଇଡ୍ ମାରିଥିଲା । ଯେଉଁଥିରେ ଉତ୍କ୍ଷିପ୍ତ ହୋଇ କାର୍ ଡ୍ରାଇବର ଜଣଙ୍କ ଆମ ବସ୍ର କାଚ ଭାଙ୍ଗି ଦେଇଥିଲେ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ବସ୍ଟି ଅଟକି ରହିଥିଲା । ଏହି ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି ।