କାନାରା ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି, ଲାଗୁ କଲା ଏହି ନୂଆ ନିୟମ

Published By : Prameya-News7 Bureau | June 01, 2025 IST

ନୂଆଦିଲ୍ଲୀ: କାନାରା ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି। ଏଣିକି ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ନରହିଲେବି ଦେବାକୁ ପଡ଼ିବନି ଚାର୍ଜ।କାରଣ କାନାରା ବ୍ୟାଙ୍କ ସେଭିଙ୍ଗ୍ସ ଆକାଉଣ୍ଟରେ ସର୍ବନିମ୍ନ ହାରାହାରି ବାଲାନ୍ସକୁ ସଂପୂର୍ଣ୍ଣ ଭାବରେ ଶେଷ କରିବା ନେଇ ଘୋଷଣା କରିଛି।

ଏହା ଅନୁଯାୟୀ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି ନଥିଲେବି ଆକାଉଣ୍ଟଧାରୀଙ୍କ ଉପରେ କୌଣସି ଜରିମାନା ହେବନାହିଁ। ଏହାଦ୍ବାରା ସଞ୍ଚୟ ଖାତା, ସାଲାରୀ ଆକାଉଣ୍ଟ, ଏନଆରଆଇ ସେଭିଙ୍ଗ୍ସ ଆକାଉଣ୍ଟଧାରୀ ଉପକୃତ ହେବେ। ବ୍ୟାଙ୍କର ଏହି ନିୟମ ୨୦୨୫ ଜୁନ ୧ରୁ ଲାଗୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.