ଏଣିକି ସାବାଡ଼୍ ହେବେ ମଦୁଆ, ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼

Published By : Prameya-News7 Bureau | May 31, 2025 IST

ଭୁବନେଶ୍ବର ୩୧: ଏଣିକି ମଦୁଆଙ୍କୁ ରାସ୍ତାରେ ହେବ ମାଡ଼ । ରାସ୍ତାଘାଟରେ ମଦୁଆଙ୍କୁ ବନ୍ଦ ପାଇଁ ଭୁବେନେଶ୍ୱରରୁ ଅଭିଯାନ ଆରମ୍ଭ ହେଉ ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି । ପ୍ରତି ବର୍ଷ ୧୦ଜଣ ମଦୁଆଙ୍କୁ ମଦ ଛଡାଇବା । ପୋଲିସ ବାହିନୀ କଡ଼ା ପଦକ୍ଷେପ ନିଅନ୍ତୁ । ବେଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ ବେଳେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବାବୁ ସିଂ ।

ସେ କହିଛନ୍ତି, ବିଗତ ୨୦ ବର୍ଷ ତଳୁ ଓଡ଼ିଶାରେ ମଦ କାରବାର ସହର ଠାରୁ ଦୂରରେ ହେଉଥିଲା । ଯିଏ ମଦ ପିଇବାକୁ ଯାଉଥିଲା ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲା । ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ ହେଲାଣି । ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ଭ ହେଉ । କୋଭିଡ଼୍‌ରେ ଦୋକାନ ବନ୍ଦ ହେଲା ଲୋକେ ଘରେ ପହଞ୍ଚାଇଲେ । ପୋଲିସ ବାହିନୀ କଡ଼ା ପଦକ୍ଷେପ ନିଅନ୍ତୁ । ସବୁ ମଦୁଆଙ୍କୁ ରାସ୍ତାରେ ମାଡ଼ ହେବ । ସଂକଳ୍ପ ନିଅନ୍ତୁ । ୟୁପି, ବିହାରରେ ମଦ ବନ୍ଦ ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଅଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । କ୍ରାଇମ୍ ପାଇଁ ମଦ ହିଁ ୫୦ ପ୍ରତିଶତ କାରଣ । ସରକାରଙ୍କ ନିକଟରେ ବାଧ୍ୟ ବାଧକତା ଥିବ କିନ୍ତୁ ମୁଁ ନିଶା ଛୁଇଁବିନି ନିଶା ଖାଇବିନି ନିଜେ ସଂକଳ୍ପ ନେବା ଦରକାର । ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡାଇବେ ଏ ସଂକଳ୍ପ ନେବା ବୋଲି ବାବୁ ସିଂ କହିଛନ୍ତି ।



You Can Read:

ରାଜ୍ୟରେ ଚିହ୍ନଟ ହେଲେଣି ୮ କୋଭିଡ୍ ଆକ୍ରାନ୍ତ, ସଚେତନ ଓ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.