୭ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର, ରାଜ୍ୟରେ ହେବ ମଡେଲ ମଣ୍ଡି, ଖୋଲିବ ନର୍ସିଂ କଲେଜ୍

Published By : Prameya-News7 Bureau | August 13, 2025 IST

ଭୁବନେଶ୍ଵର: ରାଜ୍ୟରେ ହେବ ମଡେଲ ମଣ୍ଡି | ପ୍ରଥମ ପର୍ଯ୍ୟାୟରେ ହେବ ୩୮ଟି ମଣ୍ଡି। ଏଥିପାଇଁ ଖର୍ଚ୍ଚ ହେବ ୩୦୦ କୋଟି | ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ | ଦ୍ୱତୀୟ ପର୍ଯ୍ୟାୟରେ ୬୮ଟି ମଣ୍ଡି ହେବ। ରାଜ୍ୟରେ ନୂଆ ନର୍ସିଂ କଲେଜ ଖୋଲିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଣ୍ଡି ସହ ଛଅଟି ଭିଭାଗର ୭ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର। 

କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ | ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୃଷ୍ଟି ହେବ | ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଭୁବେନେଶ୍ୱର ବିମାନ ବନ୍ଦର ଭିତରେ ଜାଗା ଦେବେ |  ଏ ନେଇ MS ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନୀକୁ ଚୟନ କରିଛନ୍ତି ସରକାର। 

Also read: ‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଧାୟକଙ୍କୁ ମିଳିବ ଏହି ସୁବିଧା

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହାଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର | ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ | ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର। ସହରରେ LED ଲାଇଟ ଲାଗିବ | ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ ଖର୍ଚ୍ଚ ହେବ ୩୫୦ କୋଟି।

ଏହା ସହ ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ | ହୀରାକୁଦ ଡ୍ୟାମରୁ ପାଣି ଯୋଗାଇ ଦିଆଯିବ। ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ଏଏନଏମ ସେଣ୍ଟର ଅଛି। ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲିବେ ସରକାର | ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.