ଜାତୀର ରାଜପଥର ଅବସ୍ଥା ବେହାଲ : ଅନିର୍ଦ୍ଦିଷ୍ଟ ଦିନ ପାଇଁ ତାଳଚେରରୁ ବସ୍ ସେବା ବନ୍ଦ, ଯାତ୍ରୀ ହନ୍ତସନ୍ତ

Published By : Prameya-News7 Bureau | July 29, 2025 IST

ଅନୁଗୋଳ ୨୯।୭: ସାମାନ୍ୟ ବର୍ଷାରେ ରାଜପଥରେ ଜମୁଛି ପାଣି । ଖରାପ ରାସ୍ତା ଯୋଗୁଁ ଖରାପ ହେଉଛି ଗାଡ଼ି ଯନ୍ତ୍ରାଂଶ । ତେଣୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ସେବା ବନ୍ଦ କରିଛନ୍ତି ବସ୍ ମାଲିକ ସଂଘ । ଏହି ଆନ୍ଦୋଳନରେ ୩୦ ଜଣ ବସ୍ ମାଲିକ ସାମିଲ ଅଛନ୍ତି । 

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଏହିଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଶହେରୁ ଉର୍ଦ୍ଧ୍ବ ବସ୍ ଚଳାଚଳ କରିଥାଏ । ତାଳଚେର ଗୋଡିବନ୍ଧରୁ ବଂରପାଳ ପର୍ଯ୍ୟନ୍ତ ୧୪୯ ନମ୍ବର ଜାତୀୟ ରାଜପଥରେ ବଡ ବଡ ଗର୍ତ୍ତ ଥିବାରୁ ସାମାନ୍ୟ ବର୍ଷାରେ ପାଣି ଜମୁଛି । ଏହି ରାସ୍ତାରେ ବହୁ ଜୀବନ ହାନି ହେଉଛି । ସେପଟେ ଏପରି ରାସ୍ତାରେ ଗାଡ଼ି ଚଳାଇଲେ ଗାଡିର ଯନ୍ତ୍ରାଂଶ ସବୁ ନଷ୍ଟ ହୋଇଯାଉଛି । ଗାଡି ମାଲିକଙ୍କୁ ଲାଭ ପରିବର୍ତ୍ତେ କ୍ଷତି ସହିବାକୁ ପଡୁଛି । ତେଣୁ ଅଚାନକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ରାସ୍ତାରେ ଗାଡ଼ି ଚଳାଚଳକୁ ବନ୍ଦ କରିଛି ତାଳଚେର ବସ୍ ମାଲିକ ସଂଘ । ବସ୍ ସେବା ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । 

You Can Read:

ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ, ବେହରଣ ଦ୍ବାର ନିକଟରେ ଧରାପଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.