ନୂଆଦିଲ୍ଳୀ ୨୦।୦୮; ଆଫଗାନିସ୍ତାନର ହେରାତ- ଇସଲାମ କାଲା ରାଜପଥରେ ଅଘଟଣ। ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଇନ୍ଧନ ବୋଝେଇ ଟ୍ରକ୍ ଓ ବାଇକ୍ ସହ ଧକ୍କା ହେବାରୁ ବସ୍ଟି ଜଳି ଯାଇଛି । ଦୁର୍ଘଟଣାରେ ୧୭ ଶିଶୁ ସମେତ ୫୦ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି।
ଇରାନରୁ ଡିପୋର୍ଟ ହୋଇଥିବା ଲୋକଙ୍କୁ ବସରେ ଅଣାଯାଉଥିବାବେଳେ ଏକ ଇନ୍ଧନ ଟ୍ରକ ସହ ବସର ଧକ୍କା ହୋଇଥିଲା। ଯାହା ଫଳରେ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୭ ଶିଶୁଙ୍କ ସମେତ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ୍ ଓ ବାଇକ୍ ଚାଳକଙ୍କର ବି ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।
ଅଘଟଣ ସମ୍ପର୍କରେ ସୂଚନା ଦେଇଛନ୍ତି ସରକାରୀ ମୁଖପାତ୍ର ଅହମ୍ମଦୁଲ୍ଲା ମୁତ୍ତାକି। ଦ୍ରୁତଗତିରେ ବସଟି ଆସିବ ଯୋଗୁ ନିୟନ୍ତ୍ରଣ ହରାଇବା ସହ ଟ୍ରକ ସହିତ ପିଟି ହୋଇଥିଲା। ବସଟି କାବୁଲ ଅଭିମୁଖେ ଯିବାବେଳେ ଅଘଟଣ ଘଟିଥିଲା। ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।