ବାଲିପାଟଣା ୧୫।୧୦: ଦଶହରାରେ ମାମୁ ଘର ବୁଲିବାକୁ ଆସି ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ । ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲିଅନ୍ତା ଥାନା ସୁବାଳୋ ଗ୍ରାମରେ । ମୃତକ କୋରଡକଣ୍ଟା ଗ୍ରାମର ୧୪ ବର୍ଷ ବୟସ୍କ ମଣ୍ଡେଇ ଜେନା ଏବଂ ୮ ବର୍ଷ ବୟସ୍କ ବାପୁନ ଜେନା ।
ସୂଚନାଯୋଗ୍ୟ ଯେ, ଉଭୟ ଭାଇ-ଭଉଣୀ ଖେଳୁଥିବା ବେଳେ ଭାଇ ବାପୁନ ଜେନା ପୋଖରୀରେ ବୁଡ଼ି ଯାଇଥିଲେ । ଭାଇକୁ ରକ୍ଷା କରିବାକୁ ଭଉଣୀ ପୋଖରୀକୁ ଡେଇଁପଡ଼ିଥିଲେ । ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ । ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଡାକ୍ତର ଉଭୟ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି । ଦଶହରା ଛୁଟିରେ ଭାଇ-ଭଉଣୀ ମାମୁ ଘର ବୁଲିବାକୁ ଆସିଥିଲେ । ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
You Can Read:
ସହିପାରିଲେନି ପ୍ରେମ ବିଚ୍ଛେଦ, ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ