ନୂଆପଡ଼ା: ପ୍ରଥମେ ପ୍ରେମ, ପରେ ସେକ୍ସ ଓ ଏବେ ଧୋକା ଦେଇ ଫେରାର ମାରିଛି ପ୍ରେମିକ। ଯାହାପାଇଁ ପ୍ରେମିକା ଜଣକ ପ୍ରେମିକର ଘରେ ପଶିଥିବା ବେଳେ ତାକୁ କୁଆଡେ ପ୍ରେମିକ ଘର ଲୋକେ ଘୋଷାଡି ବାହାର କରିଦେଇଛନ୍ତି । ଯାହାକୁ ନେଇ ଗାଁ ରେ ଏକ ସାମାଜିକ ବୈଠକ ମଧ୍ୟ ବସିଲା ହେଲେ ପ୍ରେମିକ ର ଅନୁପସ୍ଥିତି ପାଇଁ ଫଇସଲା ହୋଇ ପାରିଲା ନାହିଁ । ଯାହାପାଇଁ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରତାରିତ ପ୍ରେମିକା ।
ଏହି ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ଥାନା ବାରେଶବାହାଲି ସ୍ଥିତ ନୂଆପଡା ଗାଁ ରେ । ଗ୍ରାମର ଜନୈକ ଜଣେ ଯୁବତୀ ସେହି ଗ୍ରାମର ଶଶି ଭୋଇ ନାମକ ଜଣେ ଯୁବକଙ୍କ ସହ ଅନେକ ବର୍ଷ ହେଲା ପ୍ରେମ ସମ୍ପର୍କ ରହି ଆସିଥିଲା । ଯୁବତୀଙ୍କ ସରଳତାର ଫାଇଦା ନେଇ ବିବାହର ପ୍ରଲୋଭନ ଦେଖାଇ ତା ସହ ଅନୈତିକ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକ । ଯାହା ଫଳରେ ଯୁବତୀ ଜଣକ ତିନି ମାସର ଗର୍ଭବତୀ ହେବା ଜାଣିବା ପରେ ଯୁବକଙ୍କୁ ବିବାହ ହେବାପାଇଁ କହିବାରୁ କୁଆଡେ ଯୁବତୀଙ୍କୁ ରାତିରେ ନିଛାଟିଆ ସ୍ଥାନକୁ ଡାକି ଗର୍ଭନଷ୍ଟ କରିବା ପାଇଁ ଔଷଧ ଦେଇଥିଲା । ସେହିଦିନ ଠରୁ ପ୍ରେମିକର ଦେଖା ନାହିଁ , ଯାହାକୁ ନେଇ ପ୍ରେମିକ ଘରେ ଯୁବତୀ ଜଣକ ରହିବା ପାଇଁ ଜିଦ ଧରିଥିଲେ । କିନ୍ତୁ ପରିବାର ଲୋକେ ଘୋଷାଡି ସେଠାରୁ ବାହାର କରି ଦେଇଛନ୍ତି । ସମାଜ ବସିଲା ହେଲେ ସମାଧାନ ହେଲାନାହିଁ। ଏବେ ପୀଡ଼ିତା ଖଡିଆଳ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏପଟେ ନ୍ୟାୟ ନ ମିଳିଳେ ଆତ୍ମାହୁତି ଦେବାସହ ଏହାପାଇଁ ସରକାର ଦାୟୀ ରହିବେ ବୋଲି ଯୁବତୀ ଜଣକ କହିଛନ୍ତି ।
ଯୁବତୀ ଙ୍କ ସହ ଗୋଟିଏ ବିଦ୍ୟାଳୟ ରେ ପାଠ ପଢିଲେ ,ସୁ ସମ୍ପର୍କ ଗଢିଲେ ଓ ପ୍ରେମ ନିବେଦନ କରିଥିଲେ । ଗୋଟିଏ ସମ୍ପ୍ରଦାୟର ହୋଇଥିବାରୁ ଯୁବତୀ ଜଣକ ସହପାଠୀରୁ ପ୍ରେମିକ ବାଛିନେଲେ । ଦିନ ଯେତିକି ଗଡିଲା ମିଳାମିଶା ସେତିକି ହେଲା ଏବଂ ସମ୍ପର୍କ ମଧ୍ୟ ଯେତିକି ନିବିଡ ହେଲା । ଶେଷରେ ବିବାହ ପ୍ରତିଶୃତି ପାଇବା ପରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ । ହେଲେ ଯୁବତୀ ଜଣକ କଣ ବା ଜାଣିଥିଲେ ମିଠା କଥା କହୁଥିବା ପ୍ରେମିକ ଜଣକ ଶେଷରେ ଧୋକ୍କା ଦେବ ବୋଲି । ଯାହା ଭାବି ନଥିଲେ ତାହା ଏବେ ହେଲା ।
ପ୍ରେମିକକୁ ହରାଇବା ସହ ନିଜ ମାନ ଇଜ୍ଜତ ମଧ୍ୟ ଗାଁ ଓ ଅଞ୍ଚଳରେ ଗଲା । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯୁବତୀ ଜଣକ ଗର୍ଭବତି ହେବା ପରେ ଗର୍ଭନଷ୍ଟ ଭଳି ଘୃଣ୍ୟ କାମ କରି ଫେରାର ମାରିବା । ଏବେ ଯୁବତୀ ଜଣକ କାହାର ହୋଇ ରହିବେ । ଯୁବକଙ୍କୁ ଖୋଜି ବାହାର କରିବା ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ଏସପି ଙ୍କ ଦ୍ବାରସ୍ତ ମଧ୍ୟ ହୋଇଛନ୍ତି। ଶୀଘ୍ର ଫେରାର ଯୁବକ ଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ନୂଆପଡା ଏସପି ଜି ଆର ରାଘବେନ୍ଦ୍ର କହିଛନ୍ତି ।