କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଠିକ୍ ନାହିଁ, ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି

Published By : Prameya-News7 Bureau | July 11, 2025 IST

ଭୁବନେଶ୍ବର ୧୧।୭: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଠିକ୍ ନାହିଁ କଂଗ୍ରେସ ପୂର୍ବରୁ ବାପା-ଝିଅ, ମାଆ-ପୁଅଙ୍କ ଦଳ ଥିଲା । ଏବେ ମାଆ-ପୁଅ ଓ ଝିଅଙ୍କ ଦଳ ହୋଇ ଚାଲିଛି । କଂଗ୍ରେସ ଆଜି ମଧ୍ୟ ହତାସା ଭିତରେ ରହିଛି । କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି । ଏହା ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ଆନ୍ଦୋଳନ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଆସୁଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶକୁ ସମ୍ବୋଧନ କରିବେ ରାହୁଲ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି ବିଶାଳ ସମାବେଶ । ଏହାପରେ କଂଗ୍ରେସ ଭବନରେ ନେତା-ବିଧାୟକଙ୍କ ସହ ବୈଠକ କରିବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ । ରାହୁଲଙ୍କ ସହ କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

You Can Read:

ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର, ପାଣି ନଛାଡୁଣୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.