ସାଂଗଠନିକ ପଦବୀ ଘୋଷଣା ପରେ ବି ପ୍ରଶମିତ ହେଉନି ବିଜେଡିର ଅସନ୍ତୋଷ, ବରିଷ୍ଠଙ୍କ ଉପରେ ବର୍ଷିଲେ ମହେଶ ସାହୁ

Published By : Prameya-News7 Bureau | May 15, 2025 IST

ଭୁବନେଶ୍ଵର: ସାଙ୍ଗଠନିକ ପଦପଦବୀ ଘୋଷଣା ପରେ ପ୍ରଶମିତ ହେଉନି ବିଜେଡିର ଅସନ୍ତୋଷ । ଚର୍ଚ୍ଚା ହେଉଛି ମୁନ୍ନା ଖାଁ ବି ଅସନ୍ତୁଷ୍ଟ। ଆଜି ସାଂସଦ ମୁନ୍ନା ଖାଁ ନବୀନ ନିବାସ ଯାଇ ସଂଖ୍ୟାଲଘୁ ସେଲର ଦକ୍ଷିଣ ଓଡିଶା ସଂଯୋଜକ ପଦବୀ ରୁ ଇସ୍ତଫା ଦେଇଥିବା ଶୁଣାଯାଉଛି। ଯଦିଓ ମୁନ୍ନା ମୌନ କିନ୍ତୁ ଚର୍ଚ୍ଚାର ସ୍ବର ବଢୁଛି। ଏପଟେ ବରିଷ୍ଠଙ୍କ ଉପରେ ବର୍ଷିଛନ୍ତି ମହେଶ ସାହୁ। 

ମୁନ୍ନା ଖାଁ ବି କଣ ଅସନ୍ତୁଷ୍ଟ ଅଛନ୍ତି? ସାଂସଦ ମୁନ୍ନା ଖାଁ କଣ ନିଜ ଅସନ୍ତୋଷ ଦଳର ମୁଖ୍ୟଙ୍କୁ ଜଣାଇଛନ୍ତି? ବିଜେଡି ସଂଖ୍ୟାଲଘୁ ସେଲ ଦକ୍ଷିଣ ଓଡିଶା ସଂଯୋଜକ ପଦବୀରୁ ମୁନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା ଉଡୁଛି। ଏହି ଚର୍ଚ୍ଚା ବେଳେ ନବୀନ ନିବାସରେ ପହଥିଲେ ମୁନ୍ନା ଖାଁ। ସେଠାରେ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ସାଂସଦ ମୁନା ଖାଁ ବିଜେଡି ସଂଖ୍ୟାଲଘୁ ସେଲର ଆବାହକ ଥିଲେ। କିନ୍ତୁ ଗତ ୫ ତାରିଖରେ ବିଜେଡି  ସାଙ୍ଗଠନିକ ପଦପଦବୀ ଘୋଷଣା ବେଳେ ସଂଖ୍ୟାଲଘୁ ସେଲର ଆବହାକ ଭାବେ ଦିଲ୍ଲୀପ ତିର୍କୀଙ୍କୁ ଦାୟିତ୍ବ ଦିଆଯାଇଛି। 

ଆଉ ମୁନା ଖାଁଙ୍କ ନାଁ ସଂଖ୍ୟାଲଘୁ ସେଲର ଦକ୍ଷିଣ ଓଡିଶା ସଂଯୋଜକ ଭାବେ ଘୋଷଣା କରାଯାଇଛି। ଏହାଦ୍ବାରା ମୁନା ଖାଁଙ୍କ ଗୁରୁତ୍ବ ହ୍ରାସ ପାଇଛି । ଯାହାକୁ ନେଇ ସେ ମଙ୍ଗଳବାର ଶଙ୍ଖ ଭବନ ଯାଇ ଦଳୀୟ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗୋଟିଏ ଦିନ ପରେ ସିଧା ନବୀନ ନିବାସରେ ପହଞ୍ଚିଥିଲେ । ସଭାପତିଙ୍କୁ ସାକ୍ଷତ କରିଥିଲେ। ଫେରିବା ପରେ ମୁନା ଖାଁ କହିଛନ୍ତି  ମୁଁ ମୋ ନେତା ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଥିଲି। ତେବେ ଇସ୍ତଫା ପ୍ରଶ୍ନକୁ ନା ସେ ଖଣ୍ଡନ କରିଥିଲେ ନା ସମ୍ମତି ଜଣାଇଥିଲେ। ବରଂ ମୌନ ରହିଥିଲେ  ।   

ଏପଟେ ଦଳରେ ଅସନ୍ତୋଷ ନେଇ ବରିଷ୍ଠଙ୍କ ଉପରେ ବର୍ଷିଛନ୍ତି ମହେଶ ସାହୁ । ଦଳରେ ଆହୁରି ଅନେକ ପଦବୀ ଅଛି, ଦିଆଯିବ କାହିଁକି ବ୍ୟସ୍ତ ହେଉଛନ୍ତି । ଯେଉଁମାନେ ନିଜକୁ ବଡ଼ନେତା ଭାବୁଛନ୍ତି ସେମାନେ ଦଳ ପାଇଁ କଣ କରିଛନ୍ତି ପ୍ରଥମେ କୁହନ୍ତୁ,  ଦଳ ସେମାନଙ୍କୁ କଣ ଦେଇଛି ତାହା ସ୍ପଷ୍ଟ କରନ୍ତୁ । ଯେଉଁମାନେ ବାହାରକୁ ଯାଇ ପାରୁ ନାହାନ୍ତି, ବୁଲାବୁଲି କରି ପାରୁ ନାହାନ୍ତି, ଗ୍ରାଉଣ୍ଡକୁ ଯାଉନାହାନ୍ତି, ସେଭଳି ନେତାଙ୍କୁ ସିନିୟର କହି ଦାୟିତ୍ୱ ଦେବାର ଲାଭ କଣ  ବୋଲି ପ୍ରଶ୍ନ କରିଛନ୍ତି ମହେଶ।ବିଜେଡି ସାଙ୍ଗଠନିକ ପଦ-ପଦବୀ ଘୋଷଣା ପରେ ଦଳୀୟ ନିଷ୍ପତି ବିରୋଧରେ ସାଂସଦ ମୁନ୍ନା ଖାଁ ପ୍ରତିବାଦ କରିଛନ୍ତି ।  ମୁନ୍ନା ରାଜ୍ୟସଭାରେ ସାଂସଦ ଅଛନ୍ତି ତେଣୁ ତାଙ୍କୁ ନେଇ ଆହୁରି ଅନେକ ଚର୍ଚ୍ଚା ବି ଉଡ଼ିବା ସ୍ବାଭାବିକ। ଯାହା ଉପରେ ସମସ୍ତଙ୍କ ନଜର ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.