ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ପୁଣି ସରକାରଙ୍କୁ ବିଜେଡିର ଟାର୍ଗେଟ, କହିଲା- ବିଜେପି ଶାସନ କାଳରେ କଳଙ୍କିତ ଅଧ୍ୟାୟରେ ଯୋଡ଼ି ହେଉଛି ଓଡ଼ିଶା

Published By : Prameya-News7 Bureau | July 22, 2025 IST

ଭୁବନେଶ୍ବର: ବିଗତ କିଛି ଦିନରୁ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ସରକାରଙ୍କୁ ଅକଳରେ ପକାଇଛି। ଗୋପାଳପୁର ଘଟଣା ହେଉ କି’ ବାଲେଶ୍ବର ଏଫଏମ କଲେଜ କେସ୍ ହେଉ କିମ୍ବା କି’ ବଳଙ୍ଗା ନାବାଳିକା ମାମଲା। ଏସବୁ ଘଟଣାରେ ବିଜେପିକୁ ଘେରିଛନ୍ତି ବିରୋଧୀ । ଆଉ ଏମିତିରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି ରାଜ୍ୟରେ ଦୁଷ୍କର୍ମ, ଗଣବଳାତ୍କାର ବଢ଼ିବାରେ ଲାଗିଛି। ଆଉ ବିଜେପି ସରକାରରେ ହେଉଛି। ବିଜେପି ଶାସନ କାଳରେ କଳଙ୍କିତ ଅଧ୍ୟାୟରେ ଯୋଡ଼ି ହେଉଛି ଓଡ଼ିଶା। ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶାବାସୀ ଶାନ୍ତିରେ ଥିଲେ ବୋଲି କହିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି।

ସେ ଆହୁରି କହିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ବଦନାମ ହେଉଛି। ଗୋପାଳପୁର ଘଟଣାକୁ ଆମେରିକା ରାଷ୍ଟ୍ରପତି ଓଡ଼ିଶାକୁ ଭର୍ତ୍ସନା କଲେ । ନାରୀ ନିର୍ଯାତନା ଓଡ଼ିଶା ପାଇଁ ବଦନାମ। ନବୀନ ଶାସନ କାଳରେ ଓଡ଼ିଶା ଲୋକେ ଭଲରେ ଥିଲେ। ବଳଙ୍ଗା ନାବାଳିକା ପୋଡ଼ି ଘଟଣା, ଯାଜପୁର ହକି ପ୍ରଶିକ୍ଷକଙ୍କ କାରନାମା, ମାଲକାନଗିରି ଘଟଣା ରାଜ୍ୟକୁ ନିନ୍ଦିତ କରିଛି। ପାର୍ଲିଆମେଣ୍ଟରେ ଓଡ଼ିଶାରେ ନାରୀ ନିର୍ଯାତନା, ଦୁଷ୍କର୍ମ ଘଟଣା ଉଠିଛି। GMରେ ଅଧ୍ୟାପିକା ଗୋପିକାନ୍ତ ସୁନା, ବଳଙ୍ଗା, ପୁରୀରେ ଭଉଣୀଙ୍କୁ ଅସଦାଚରଣ ଓଡ଼ିଶାକୁ ନିନ୍ଦିତ କରାଯାଇଛି। 

ସେହିଭଳି ବିଜେଡି ନେତ୍ରୀ ତଥା ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ଓଡ଼ିଶାରେ ନାରୀ ନିର୍ଯାତନା କମିବାର ନାଁ ନେଉନି। ରାଜନୈତିକ ଚାପ ଯୋଗୁ ପୋଲିସ ସଠିକ ଭାବେ କାମ କରୁନାହିଁ।   ତଦନ୍ତ ତା’ ବାଟରେ, ଅପରାଧୀ ତା’ ବାଟରେ। FM ମାମଲାରେ ସିଟିଙ୍ଗ ଜଜ ତଦନ୍ତ କରିବାକୁ ବିଜେଡି ଦାବି କରିଥିଲେ ମଧ୍ୟ ହୋଇ ପାରିଲାନାହିଁ। ରାଜ୍ୟରେ ମହିଳା ତ୍ରାହି ତ୍ରାହି ଡାକିଲେଣି।

ସେହିପରି ବିଜେଡି ନେତା ଚିରଞ୍ଜୀବ ବିଶ୍ବାଳ କହିଥିଲ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ । ମାଆ ଭଉଣୀଙ୍କୁ ସୁରକ୍ଷା ନଦେଲେ ସଂଗ୍ରାମ ଆହୁରି ବ୍ୟାପକ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.