ନାରୀ ନିର୍ଯାତନାକୁ ବିରୋଧ କରି ଆନ୍ଦୋଳନ, ଟାୟାର ଜାଳି ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ

Published By : Prameya-News7 Bureau | June 25, 2025 IST

ଭଦ୍ରକ ୨୫।୦୬ : ନାରୀ ନିର୍ଯାତନା ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ । ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିଜୁ ଯୁବ ଛାତ୍ର ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ। ଏହାସହିତ ଭଦ୍ରକ ଜିଲ୍ଲାରେ ଥିବା ସମସ୍ତ କଲେଜ ସମ୍ମୁଖରେ ମଧ୍ୟ ଆନ୍ଦୋଳନ କରାଯାଉଛି ।   

ରାଜ୍ୟରେ ନାରୀ ନିର୍ଯାତନା ନେଇ ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ବିଜୁ ଯୁବ ଜନତା ଦଳର ସମର୍ଥକ ଓ ନେତାମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପ୍ରଥମେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ନାରାବାଜି କରି ଶୋଭାଯାତ୍ରା କରିଥିଲେ । ପରେ କଲେଜ ଗେଟ୍‌ ସମ୍ମୁଖରେ ପ୍ଲାକାର୍ଡ ଧରି ଟାୟାର ଜାଳି ଆନ୍ଦୋଳନ କରିଛନ୍ତି । ଓଡ଼ିଶାରେ ନାରୀ ନିର୍ଯାତନା ବଢିବାରେ ଲାଗିଛି । ତେଣୁ ସମସ୍ତ ମହିଳା ଓ ଛାତ୍ରମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି ଆନ୍ଦୋଳନ କରାଯାଉଛି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.