ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ୍ ପାଇଁ ଉପଯୁକ୍ତ ଯୁକ୍ତି ବାଢନ୍ତୁ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 24, 2025 IST

ଭୁବନେଶ୍ବର ଓଡ଼ିଶାର ହକ୍ ଯେମିତି ପାଇବା କଥା ତାହା ପାଇନାହିଁ । କେନ୍ଦ୍ରରେ ଯିଏ ବି ସରକାରରେ ରହିଲା ଓଡ଼ିଶାକୁ ତାହାର ହକ୍‌ରୁ ବଞ୍ଚିତ କରାଯାଇଛି l ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ୱାର କେନ୍ଦ୍ର ନିକଟରେ ଓଡ଼ିଶା ହକ୍ ପାଇଁ ଦାବି କରିଛନ୍ତି l ଆଜି ବି ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍‌ର ମାନ୍ୟତା ମିଳୁନି କି ସ୍ଵତନ୍ତ୍ର ଅନୁଦାନ ଦେଉନି କେନ୍ଦ୍ର l ଓଡ଼ିଶାର ଅନେକ ଗାଁରେ ମୋବାଇଲ ନେଟୱର୍କ ଅପହଞ୍ଚ ରହିଛି l ବହୁ ଗ୍ରାମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନାହିଁ l ତେଣୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଓଡ଼ିଶାର ହକ୍ ପାଇଁ ଉପଯୁକ୍ତ ଯୁକ୍ତି ବାଢନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।


ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ୨୦୪୭ ରୋଡ୍‍ମ୍ୟାପ୍‍ ନେଇ ବୈଠକରେ ଆଲୋଚନା ଚାଲିଛି । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ଚଳିତ ଥର ନୀତି ଆୟୋଗ ବୈଠକରେ ବିଷୟବସ୍ତୁ ରହିଛି- ୨୦୨୪ ମସିହାରେ ବିକଶିତ ରାଜ୍ୟମାନଙ୍କ ପାଇଁ ବିକଶିତ ଭାରତ ।

You Can Read:

କେନ୍ଦୁଝର କୋର୍ଟରେ ହାଜର ହେଲେ ରାଜା ଚକ୍ର, ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.