ମହିଳାଙ୍କ ନାଇଟ୍ ସିଫ୍ଟ ପ୍ରସଙ୍ଗ : ପ୍ରମିଳା କହିଲେ- ସରକାର ନିଜ ମୁଣ୍ଡରୁ ଦୋଷ ଖସେଇ ଦେବା ପାଇଁ ଏଭଳି କରିଛନ୍ତି

Published By : Prameya-News7 Bureau | August 04, 2025 IST

ଭୁବନେଶ୍ବର ୪।୮: ନାଇଟ୍ ସିଫ୍ଟ କରିବେ ମହିଳା କର୍ମଚାରୀ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ସେଲ୍ଫ ଡିକ୍ଲାରେସନ ଦେଇ ମହିଳା କାର୍ଯ୍ୟ କରିବେ । ଏହାର ଅର୍ଥ ନିଜ ସୁରକ୍ଷା ମହିଳା ନିଜେ କରିବେ । ସରକାରଙ୍କ ତରଫରୁ ଆମେ କିଛି କରିବୁ ନାହିଁ । ମହିଳା କର୍ମଚାରୀ ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ ସରକାରଙ୍କର ଆଉ କିଛି ଦାଇତ୍ୱ ନାହିଁ । ଏହାର ଅର୍ଥ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି । ନାରୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କର ମନୋଭାବ ନାହିଁ । ସେଲ୍ଫ ଡିକ୍ଳାରେସନ ଦେଇସାରିବା ପରେ କୌଣସି ଅଘଟଣ ହେଲେ ମହିଳା ଦାୟୀ ରହିବେ, ସରକାର ନୁହେଁ । ସରକାର ନିଜ ମୁଣ୍ଡରୁ ଦୋଷ ଖସେଇ ଦେବା ପାଇଁ ଏଭଳି କରିଛନ୍ତି । ମହିଳା ସେଲ୍ଫ ଡିକ୍ଳାରେସନ ଦେଇ କାମ କଲେ, ସରକାର କାହିଁକି ଅଛନ୍ତି ? ସରକାରଙ୍କ ନୀତି ନିୟମ ଓ ଶାସନ ବ୍ୟବସ୍ଥା କାହିଁକି ଅଛି ? ମହିଳା ଯଦି ନିଜ ସୁରକ୍ଷା ନିଜେ କରିବେ, ସରକାର କାହିଁକି ଅଛନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।

You Can Read:

ୟୁନିଫର୍ମରେ ଥିବା ଛାତ୍ରୀ ଯାଉଥିଲେ କୁଆଡ଼େ ? FM ଛାତ୍ରୀ ଆତ୍ମାହୁତି ଘଟଣା ଦିନର ଆଉ ଏକ ସିସିଟିଭି ଫୁଟେଜ୍ ଭାଇରାଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.