ସୁନା ପରି ଏବେ ରୁପାରେ ଲାଗିବ ହଲ୍‌ମାର୍କ: ଠକେଇରୁ ରକ୍ଷା ପାଇବେ ଗ୍ରାହକ, ପୁରୁଣା ଅଳଙ୍କାର ଉପରେ...

Published By : Prameya-News7 Bureau | August 13, 2025 IST

indiatoday

ନୂଆଦିଲ୍ଲୀ: ସୁନା ପରେ, ଏବେ ରୁପା ଅଳଙ୍କାରର ବି ହଲମାର୍କ ଲାଗୁ ହେବ। ୧ ସେପ୍ଟେମ୍ବରରୁ ଏହାକୁ ସ୍ୱେଚ୍ଛାକୃତ ଭାବରେ ଲାଗୁ କରାଯିବ। ସୁନା ପରି ୬ ଗ୍ରେଡ୍ ରୁପା ଅଳଙ୍କାର ଉପରେ ହଲମାର୍କ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରୁପାର ଶୁଦ୍ଧତା ଜାଣିବାକୁ ଅଳଙ୍କାର ଉପରେ ଉପରେ ୬ ଅଙ୍କ ବିଶିଷ୍ଟ HUID ହଲମାର୍କିଂ ରହିବ।

ହଲମାର୍କିଂ ଶୁଦ୍ଧତା ଗ୍ୟାରେଣ୍ଟି ଦିଏ। ହଲମାର୍କ ପ୍ରମାଣ କରେ ଯେ ଅଳଙ୍କାରରେ ଦିଆଯାଇଥିବା ରୂପା କେତେ ଶୁଦ୍ଧ। ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରେ। ସରକାର ୧ ଏପ୍ରିଲ ୨୦୨୪ ରୁ ସୁନା ଏବଂ ଏହାର ଅଳଙ୍କାର ଉପରେ ହଲମାର୍କିଂ ବାଧ୍ୟତାମୂଳକ କରିଥିଲେ। 

ତେବେ ରୁପା ଉପରେ ହଲ୍ ମାର୍କିଂ ଆରମ୍ଭରୁ ସ୍ୱେଚ୍ଛାକୃତ ହେବ। ପରେ ଏହାକୁ ବାଧ୍ୟତାମୂଳକ କରାଯାଇପାରେ। ଯେପରି ସୁନା ସହିତ କରାଯାଇଥିଲା। 

ହଲମାର୍କିଂରେ, ରୁପା ଅଳଙ୍କାର ଉପରେ ଏକ ସ୍ୱତନ୍ତ୍ର ଚିହ୍ନ ଲଗାଯାଏ। ଏଥିରେ ୬-ଅଙ୍କ ବିଶିଷ୍ଟ ଏକ ୟୁନିକ କୋଡ୍ (HUID) ଥାଏ, ଯାହା ପ୍ରତ୍ୟେକ ଅଳଙ୍କାର ପାଇଁ ଭିନ୍ନ। ଏହି କୋଡ୍‌ ଦ୍ୱାରା ପ୍ରମାଣ ମିଳେ ଯେ ଏହି ଧାତୁର ସୁଦ୍ଧତାକୁ ବିଆଇଏସ୍ ଦ୍ୱାରା ଯାଞ୍ଚ କରାଯାଇଛି ରୂପା ପାଇଁ ୬ଟି ଗ୍ରେଡ୍ ରହିବ, ଯେପରିକି ୮୦୦, ୮୩୫, ୯୦୦, ୯୨୫,୯୭୦ ଏବଂ ୯୯୦ ଯାହା ଶୁଦ୍ଧତାର ସ୍ତର ଦେଖାଇବ। 

ତେବେ ପୁରୁଣା ଅଳଙ୍କାର ଉପରେ ଏହି ନିୟମ ଲାଗୁ ହେବ ନାହିଁ। ତେବେ ଆପଣ ଚାହିଁଲେ ବିଆଇଏସ କେନ୍ଦ୍ରଗୁଡ଼ିକରେ ଯାଞ୍ଚ କରାଇ ଆପଣଙ୍କର ପୁରୁଣା ଅଳଙ୍କାରର ହଲମାର୍କିଂ କରିପାରିବେ। ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.