ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନଙ୍କ ବଡ଼ ସୂଚନା । ଓଡ଼ିଶାରେ ସେପ୍ଟମ୍ବରରୁ ଆରମ୍ଭ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା। ସୋମବାର ଏହି ସୂଚନା ଦେବା ସହ ଆସନ୍ତା ବର୍ଷ ଜାନୁଆରୀରେ ସଂଶୋଧିକ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ସେ କହିଛନ୍ତି। ଏହି ସଂଶୋଧନ ପ୍ରାୟ ୨୪ ବର୍ଷ ପରେ ହେବାକୁ ଯାଉଛି। ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା।
ସେହିଭଳି ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନ, ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ଏବଂ ଏପିକ୍ ନମ୍ବରକୁ ନେଇ ଆସିଥିବା ଅଭିଯୋଗ ଉପରେ ସ୍ପଷ୍ଠୀ କାରଣ ରଖିଛନ୍ତି। ଭୋଟ ଚୋରି କଥାକୁ ରାଜ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି।
ଏହା ସହ ଏପିକ୍ ନମ୍ବରକୁ ନେଇ ହୋଇଥିବା ଅଭିଯୋଗକୁ ନେଇ ସେ କହିଛନ୍ତି, ଓଡ଼ିଶାର ୭ ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡକୁ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି। ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା। ଯାହା ଗୁଜରାଟର ଭୋଟରଙ୍କ ସହିତ ମିଶୁଥିଲା। ଏଥିପାଇଁ ଏହାକୁ ବଦଳାଇ ନୂଆ କାର୍ଡ ଦିଆଯାଇଛି। ବାକି ୨ ହଜାର ଏପିକ ନମ୍ବର କର୍ଣ୍ଣାଟକ, ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ସହିତ ମିଶୁଥିଲା। ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ଚିହ୍ନଟ ପାଇଁ ଦିଆଯାଇଛି। ଏହି ଏପିକ ନମ୍ବରରେ କେହି ଭୋଟ ଦେଇପାରିବେ ନାହିଁ। ବର୍ତ୍ତମାନ ସ୍ୱତନ୍ତ୍ର ଏପିକ ନମ୍ବର ନିର୍ବଚନ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯିବ।
ସେହିଭଳି ବିଧାନସଭା ଓ ଲୋକସଭା ଭୋଟିଂରେ ବ୍ୟବଧାନକୁ ନେଇ ବିଜେଡି ଆଣିଥବା ଅଭିଯୋଗର ଜବାବ ରଖିଛନ୍ତି ନିର୍ବାଚନ ଅଧିକାରୀ। ସେ କହିଛନ୍ତି ବିଧାୟକଙ୍କୁ ଭୋଟ ଦେଇଥିବା ଭୋଟର ସାଂସଦଙ୍କୁ ଭୋଟ ଦେଇନାହାଁନ୍ତି। ଯେଉଁଥିପାଇଁ ଲୋକସଭା ଏବଂ ବିଧାନସଭା ଭୋଟିଂରେ ତାରତମ୍ୟ ଦେଖିବାକୁ ମିଳିଛି।
ଆହୁରି ମଧ୍ୟ ଭୋଟ ଗ୍ରହଣ ସରିବା ପରେ ବିଳମ୍ବିତ ରାତିରେ ଦିଆଯାଉଥିବା ଭୋଟ ହାର ଏବଂ ଭୋଟ ଗ୍ରହଣ ପର ଦିନ ଦିଆଯାଉଥିବା ଭୋଟ ହାରରେ ଥିବା ତଫାତକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଭୋଟ ଗ୍ରହଣ ଦିନ ଘଣ୍ଟାକୁ ଘଣ୍ଟା ଯେଉଁ ଭୋଟ ହାର ପ୍ରଦାନ କରାଯାଏ ତାହା ସମ୍ଭାବ୍ୟ ଭୋଟ ହାର ଦିଆଯାଏ। ତାହା ଫୋନ ମାଧ୍ୟମରେ ସଂଗ୍ରହ କରାଯାଇ ଦିଆଯାଇଥାଏ। ଭୋଟ ଗ୍ରହଣ ପର ଦିନ ଯେଉଁ ଭୋଟ ହାର ପ୍ରଦାନ ତାହା ସଠିକ ଭୋଟ ହାର।
ସୂଚନାଥାଉକି, ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାରେ ପ୍ରାୟ ୬୫ ଲକ୍ଷ ଭୋଟରଙ୍କୁ ନାଁକୁ ବାଦ ଦିଆଯାଇଛି। ଏହାକୁ ନେଇ ଦେଶରେ ଜୋର ଧରିଛି ରାଜନୀତି। କଂଗ୍ରେସ ଏପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରୁଥିବାବେଳେ, ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଲାଣି। ଅବଶ୍ୟ ସର୍ବୋଚ୍ଚ ଅଦାଲତ ନିର୍ବାଚନ ଆୟୋଗଙ୍କୁ ବିହାରରେ ଭୋଟର ତାଲିକାରୁ ହଟା ଯାଇଥିବା ୬୫ ଲକ୍ଷ ଭୋଟରଙ୍କ ନାଁ ଜାରି କରିବାକୁ ଆଦେଶ ଦେଇଛନ୍ତି।