ଭଣ୍ଡାରିପୋଖରୀରେ ସୁଧୁରୁଛି ସ୍ଥିତି, ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ

Published By : Prameya-News7 Bureau | June 14, 2025 IST

ଭଦ୍ରକ ୧୪।୦୬ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା । ମେଡିକାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଏବେ ଘରକୁ ଫେରୁଛନ୍ତି । ବର୍ତ୍ତମାନ ଯାଏଁ ଦୁଇ ଆକ୍ରାନ୍ତ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।   

ଖବର ଅନୁଯାୟୀ, ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି, ତିଖିଲିଆରେ ଝାଡ଼ାବାନ୍ତି ବ୍ୟାପି ଥିଲା । ଯେଉଁଥିରେ ୧୦ରୁ ଅଧିକ ଆକ୍ରାନ୍ତଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ କିଛି ଦିନ ରହିବା ପରେ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ବାକି ଦୁଇ ଜଣ ଆକ୍ରାନ୍ତ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ଘଟଣା ପରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ ମଲ୍ଲିକ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି । ଏହାସହିତ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ସୁଧୀର ରଞ୍ଜନ ନାୟକ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଶୁକ୍ରବାର ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗାଁ ଗୁଡ଼ିକରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ରହିଛନ୍ତି । ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଛି । ପର୍ଯ୍ୟାପ୍ତ ପରିମାଣର ଓଆର୍‌ଏସ୍‌ ମହଜୁଦ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.