ବ୍ରହ୍ମପୁର ୦୨।୦୮ : କୁଖ୍ୟାତ ଅପରାଧୀ ସୁନୀଲ୍କୁ ଏନ୍କାଉଣ୍ଟର । ବ୍ରହ୍ମପୁର ପୋଲିସ ପକ୍ଷରୁ କୁଖ୍ୟାତ ଅପରାଧୀ ସୁନୀଲକୁ ଏନ୍କାଉଣ୍ଟର କରାଯାଇଛି । ଯେଉଁଥିରେ ସୁନୀଲ ଗୁରୁତର ହୋଇଛି । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଅପରାଧୀ ସୁନୀଲ ନାମରେ ଅନେକ ମାମଲା ରହିଛି । ଯାହାକୁ ଆଧାର କରି ଗଞ୍ଜାମ ଜିଲ୍ଲା ପକ୍ଷରୁ ଆରମ୍ଭ ହୋଇଥିଲେ ସ୍ୱତନ୍ତ୍ର ଅପରେସନ । ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନା ଅଧିକାରୀ ଓ ତାଙ୍କ ଟିମ୍ ଅପରାଧୀକୁ ଘେରିବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ଘେରିବା ଦେଖି ସୁନୀଲ ପ୍ରଥମେ ଗୁଳିଚାଳନା କରିଥିଲା । ଯାହାଫଳରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ପୋଲିସ ଗୁଳିରେ ଅପରାଧୀ ସୁନୀଲ ଆହତ ହୋଇଥିଲା । ସୁନୀଲ ବାମ ଗୋଡ଼ରେ ଗୁଳି ବାଜିଛି । ଯେଉଁଥିରେ ସୁନୀଲ ଗୁରୁତର ହୋଇଛି । ଏହାପରେ ତାଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସୁନୀଲ ନାଁରେ ବହୁ ମାମଲା ରହିଛି । ଏପରିକି ନିମଖଣ୍ଡି ଥାନା ଲୁଟ୍ ଘଟଣାରେ ମଧ୍ୟ ସୁନୀଲର ସଂପୃକ୍ତି ଥିବା ଜଣାପଡିଛି ।