ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ବିରୁଦ୍ଧରେ ରାଜରାସ୍ତାରେ ବିଜୁ ଛାତ୍ର ଜନତା ଦଳ

Published By : Prameya-News7 Bureau | June 25, 2025 IST

ଭୁବନେଶ୍ବର ୨୫।୬: ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ନିର୍ଯାତନା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଛାତ୍ର ଜନତା ଦଳ । ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛି ଦଳ । କିଛି ସମୟ ପାଇଁ ରାସ୍ତାରୋକ ସହ ରାସ୍ତାରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ ହୋଇଛି । ସରକାର ବିରୋଧୀ ନାରାବାଜି କରିଛି ବିସିଜେଡି । ରାଜ୍ୟରେ ଜଣେ ଛାତ୍ରୀ ବା ମହିଳା ସୁରକ୍ଷିତ ନାହାନ୍ତି । ଏପରିକି ଆମେରିକା ରାଷ୍ଟ୍ରପତି ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଉପରେ ଟିପ୍ପଣୀ ଦେଇଛନ୍ତି । ଯାହାକି ବିଶ୍ୱରେ ଆଜି ଓଡ଼ିଶାର ଚିତ୍ରକୁ ମଳିନ କରିଛି । ଏହାକୁ ଦୃଢ଼ ବିରୋଧ କରୁଛି ବିଜୁ ଛାତ୍ର ଜନତା ଦଳ । ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଦଳ କହିଛି । 

ଆଜି ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି ଅନ୍ୟପଟେ ସରକାର ୧ ବର୍ଷ ପୂର୍ତ୍ତି ଉତ୍ସବ ପାଳିଛନ୍ତି । ଏହା ନିନ୍ଦନୀୟ ବୋଲି ଦଳ କହିଛି । ମହିଳା ସୁରକ୍ଷାକୁ ନେଇ କୌଣସି ସାଲିସ କରାଯିବ ନାହିଁ । ଆଗକୁ ଏହି ଆନ୍ଦୋଳନ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

You Can Read:

ହାତୀ ଆକ୍ରମଣରେ ଗଜସାଥୀଙ୍କ ମୃତ୍ୟୁ, ହାତୀ ଘଉଡାଇବା ପାଇଁ ଯାଇଥିଲେ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.