RCB ଉପରେ ହେବ ବଡ଼ ଆକ୍ସନ, ବ୍ୟାନ କରିବାକୁ BCCI କରୁଛି ମାଷ୍ଟର ପ୍ଲାନ

Published By : Prameya-News7 Bureau | June 13, 2025 IST

ବେଙ୍ଗାଲୁରୁ ୧୩/୦୬: ୧୮ ବର୍ଷ ପରେ ଦଳ ପିନ୍ଧିଲା ତାଜ୍ । ୨୦୨୫ ଆଇପିଏଲ୍ ଚାମ୍ପିଅନ ଟ୍ରଫି ହାତେଇଥିଲା RCB । ବିଜୟ ପରେ ସାରା ଦେଶରେ ଆରସିବି ଫ୍ୟାନ୍ସ ମନାଉଥିଲେ ଉତ୍ସବ । ଏଥିପାଇଁ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ବିଜୟ ଉତ୍ସବ । ତେବେ ବିଜୟ ସିନା ହୋଇଗଲା ଐତିହାସକି, କିନ୍ତୁ ଛିଡା କରିଗଲା ଅନେକ ପ୍ରଶ୍ନବାଚୀ । କାରଣ ସେହି ଭିକ୍ଟ୍ରି ପରେଡ ପାଲଟିଯାଇଥିଲା ମୃତ୍ୟୁର ବାହକ । 
ଦଳଚକାରେ ଯାଇଥିଲା ୧୧ ଜୀବନ, ଆହତ ହୋଇଥିଲେ ୫୦ ରୁ ଅଧିକ । ଏତେବଡ ଅଘଟଣ ପରେ ଦେଶରେ ତେଜିଥିଲା ପ୍ରତିବାଦର ସ୍ୱର । ଏମିତିକି କିଛି ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା । ହେଲେ ଯାହା ଲାଗୁଛି ଏତିକିରେ ବୁଝିନି ବିସିସିଆଇ ମନ । ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନାରେ ଅଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବୈଠକ କରି ବିରାଟ ନିଷ୍ପତ୍ତି ଯାଉଛି ବିସିସିଆଇ । 

ଆସନ୍ତା ବର୍ଷରୁ RCB ଫ୍ୟାନ୍ସଙ୍କୁ ଲାଗିବ ଝଟ୍‌କା । IPLରେ ବ୍ୟାନ ହୋଇପାରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 

BCCI ୨୮ତମ ଆପେକ୍ସ ପରିଷଦ ବୈଠକରେ କିଛି ବି ହୋଇପାରେ । କାରଣ ଏଣିକି ବିଜୟ ପାଳନ ଉତ୍ସବ ଲାଗି ଆସିବ ନୂଆ ନିର୍ଦ୍ଦେଶାବଳୀ । ଶନିବାର ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋଇପାରେ ଆଲୋଚନା । ବେଙ୍ଗାଲୁରୁ ଦଳଚକଟା ଘଟଣା ପୁନରାବୃତ୍ତି ନହେବା ମୁଡ୍‌ରେ ବିସିସିଆଇ । ବିସିସିଆଇ କହିବା କଥା ଇଭେଣ୍ଟକୁ ଆହୁରି ଭଲ ଭାବରେ ପରିଚାଳନା କରାଯାଇପାରିଥାନ୍ତା । ପ୍ରଶଂସକଙ୍କ ସୁରକ୍ଷା ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ରହିବ ପ୍ରଥମ ପ୍ରାଥମିକତା । କମିଟି ସ୍ପଷ୍ଟ କରିବ କେମିତି ଓ କିପରି କରିବ ସେଲିବ୍ରେସନ ।

ବୈଠକରେ ଭାରତ-ନ୍ୟୁଜିଲାଣ୍ଡ ସିରିଜ୍ ଉପରେ ବି ନିଆଯିବ ନିଷ୍ପତ୍ତି । ସିରିଜ୍ ପାଇଁ ସ୍ଥାନ ଚୟନ ଉପରେ ମଧ୍ୟ ବିଚାର କରାଯିବ। କାରଣ ଏହି ସିରିଜ୍ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଉପଯୁକ୍ତ ସ୍ଥାନ ଚୟନ କରିବା ବିସିସିଆଇର ପ୍ରାଥମିକତା । ବୈଠକରେ ବୟସ ଯାଞ୍ଚ ପ୍ରକ୍ରିୟାର ସମୀକ୍ଷା ବି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କାରଣ ଯେତେ କମ୍ ବୟସ ଜାଲିଆତିକୁ ରୋକିବା ବୋର୍ଡର ପ୍ରଥମ ପଦକ୍ଷେପ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.