ନୂଆଦିଲ୍ଲୀ : ଆଜି ବାଂଲାଦେଶରେ ଶେଖ୍ ହସିନାଙ୍କ ଶାସନର ପତନକୁ ଏକ ବର୍ଷ ପୂରା ହୋଇ ସାରିଛି। ଏହି ଅବସରରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଦେଶକୁ ସମ୍ୱୋଧିତ କରିଛନ୍ତି। ସେ ଏହି ସମ୍ୱୋଧନରେ ଘୋଷଣା କରିଛନ୍ତି ଯେ, ଦେଶ ୧୩ତମ ସଂସଦୀୟ ନିର୍ବାଚନ ଫେବ୍ରୁଆରୀ ୨୦୨୬ରେ ହେବ,ଯାହା ବାଂଲାଦେଶର ଗଣତାନ୍ତ୍ରିକ ପରିବର୍ତ୍ତନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ହେବ।
ଦୀର୍ଘ ଦିନରୁ ଦେଶର ବିଭିନ୍ନ ସଂଗଠନ ଓ ରାଜନୀତିକ ଦଳ ନିର୍ବାଚନ ଶୀଘ୍ର କରାଇବାକୁ ନେଇ ଅନ୍ତରୀଣ ସରକାର ଉପରେ ଚାପ ପକାଉ ଥିଲେ। ହେଲେ ଯେବେ ୟୁନୁସ ଦେଶର ଦାୟିତ୍ୱ ସମ୍ଭାଳି ଥିଲେ , ତ ୬ ମାସରେ ନିର୍ବାଚନ କରାଇବାର ଚର୍ଚ୍ଚା ଥିଲା। ଏହାସହ ୟୁନୁସ ନିଜର ଭାଷଣରେ ଜୁଲାଇ ବିଦ୍ରୋହକୁ ଦେଶ ପାଇଁ ଐତିହାସିକ କହିଛନ୍ତି।
ୟୁନୁସ କହିଛନ୍ତି , ଆମେ ଏକ ନିର୍ବାଚିତ ସରକାରକୁ ଦାୟିତ୍ୱ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିବା। ଅନ୍ତରୀଣ ସରକାର ପକ୍ଷରୁ , ମୁଁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏକ ଆନୁଷ୍ଠାନିକ ଚିଠି ପଠାଇବି ,ଯାହାକି ନିର୍ବାଚନ କମିଶନ ଫେବ୍ରୁଆରୀ ୨୦୨୬ରେ ଆଗାମୀ ରମଜାନର ଆରମ୍ଭ ପୂର୍ବରୁ , ରାଷ୍ଟ୍ରୀୟ ନିର୍ବାଚନ ଆୟୋଜିତ କରି ପାରିବେ।
ୟୁନୁସ ଦେଶବାସୀଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଏକଜୁଟ ହେବାର ଆହ୍ୱାନ କରି କହିଛନ୍ତି ଯେ, ଲୋକଙ୍କୁ ସଫଳ ନିର୍ବାଚନ ପାଇଁ ପ୍ରାର୍ଥନା କରିବା ଉଚିତ। ୟୁନୁସ କହିଛନ୍ତି , ଆପଣ ସମସ୍ତଙ୍କୁ ପ୍ରାର୍ଥନା କରିବା ଉଚିତ୍ ଯେ, ଏହି ଦେଶର ଲୋକେ ଏକ ଶାନ୍ତିପୂର୍ଣ୍ଣ , ନିରପେକ୍ଷ ଓ ସୁନ୍ଦର ନିର୍ବାଚନ ମାଧ୍ୟମରେ ଏକ ନୂଆ ବାଂଲାଦେଶର ନିର୍ମାଣରେ ଏକ ନୂଆ ବାଂଲାଦେଶର ନିର୍ମାଣରେ ଏକାଠି ଆଗକୁ ବଢିବା।
ସେ ଆହୁରି କହିଛନ୍ତି , ଆମେ , ଅନ୍ତରୀଣ ସରକାର ଭାବେ, ଏହା ସୁନିଶ୍ଚିତ କରିବା ପାଇଁ ଯଥା ସମ୍ଭବ ସହଯୋଗ ଦେବା କି ଏହି ନିର୍ବାଚନ ସ୍ୱତନ୍ତ୍ର , ନିରପେକ୍ଷ , ଶାନ୍ତିପୂର୍ଣ୍ଣ ଓ ଉତ୍ସବର ମନୋଭାବରେ ପୂରଣ ହେଉ।