ବୃଷ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଆଶାତୀତ ଲାଭ ମିଳିବ, ଆର୍ଥିକ ସ୍ଥିତି ମଜଭୁତ ହେବ

NEWS7
badali-galani-koranka

ମେଷ- କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ ଏବଂ ନୂତନ ଦାୟିତ୍ୱ ମିଳିବାର ସୁଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବା ସହ ବରିଷ୍ଠଙ୍କ ସହଯୋଗ ମିଳିବ। ଶନିବାର ଯୋଗୁ ନିଜର ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରୁହନ୍ତୁ।

ବୃଷ- ଭାଗ୍ୟର ସହଯୋଗ ମିଳିବା ଯୋଗୁ ଅଟକି ଥିବା କାମଗୁଡ଼ିକ ଆପେ ଆପେ ସଫଳ ହେବ। ଧାର୍ମିକ ଯାତ୍ରାର ଯୋଗ ରହିଛି ଏବଂ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧି ପାଇବ। ବ୍ୟବସାୟରେ ଆଶାତୀତ ଲାଭ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ।

ମିଥୁନ- ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରୁହନ୍ତୁ ଏବଂ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଅଯଥା କ୍ରୋଧ ତ୍ୟାଗ କରନ୍ତୁ। ଗୁପ୍ତ ଶତ୍ରୁମାନେ ସକ୍ରିୟ ରହିପାରନ୍ତି, ତେଣୁ ନିଜର ଗୋପନୀୟ କଥା କାହାକୁ କୁହନ୍ତୁ ନାହିଁ।

କର୍କଟ- ଦାମ୍ପତ୍ୟ ଜୀବନ ମଧୁର ହେବ ଏବଂ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇ ଆନନ୍ଦିତ ହେବେ। ବ୍ୟବସାୟରେ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ ଏବଂ ଅଂଶୀଦାରଙ୍କ ସହ ସମ୍ପର୍କ ଭଲ ରହିବ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନଜନକ ସ୍ଥିତିରେ ରହିବେ।

ସିଂହ- ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପ୍ରଶଂସାର ପାତ୍ର ହେବେ ଏବଂ ଆୟ ବୃଦ୍ଧି ପାଇବ। ଆଜି କୌଣସି ଆଇନଗତ ମାମଲାରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

କନ୍ୟା- ସନ୍ତାନଙ୍କ ସଫଳତାରେ ମନ ଖୁସି ହେବା ସହ ପରିବାରରେ ଖୁସିର ଲହରୀ ଖେଳିଯିବ। ପ୍ରେମ ଜୀବନରେ ନୂଆ ସମ୍ପର୍କ ଗଢ଼ିବ ଏବଂ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ ହେବ। କୌଣସି ନୂତନ ଜ୍ଞାନ ଆହରଣ କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ।

ତୁଳା- ଗୃହରେ ସୁଖ ଶାନ୍ତି ବଢ଼ିବା ସହ ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ନୂତନ ଯାନବାହନ କିମ୍ବା ଜମି କ୍ରୟ ପାଇଁ ଚେଷ୍ଟା କରୁଥିଲେ ସଫଳତା ମିଳିପାରେ। ବନ୍ଧୁମାନଙ୍କ ସହ ହସଖୁସିରେ ସମୟ କଟିବ ଏବଂ ସୁଆଦୁ ଭୋଜନର ସୁଯୋଗ ମିଳିବ।

ବିଛା- ସାହସ ଓ ପରାକ୍ରମ ବୃଦ୍ଧି ପାଇବ ଯାହା ଫଳରେ ଜଟିଳ କାର୍ଯ୍ୟ ସହଜରେ ଶେଷ ହେବ। ଭ୍ରାତୃ ଓ ଭଗ୍ନୀଙ୍କ ସହଯୋଗ ପାଇ ନୂତନ କାମ ଆରମ୍ଭ କରିବାର ସୁଯୋଗ ମିଳିବ। କୌଣସି ଛୋଟ ଯାତ୍ରାରୁ ଆର୍ଥିକ ଭାବେ ଲାଭବାନ ହେବେ।

ଧନୁ- ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ଯାହାଦ୍ୱାରା ସମ୍ପର୍କରେ ମଧୁରତା ବଜାୟ ରହିବ। ବ୍ୟବସାୟରେ ପୂର୍ବ ନିବେଶରୁ ଭଲ ଲାଭ ମିଳିବାର ଆଶା ଅଛି।

ମକର- ଆତ୍ମବିଶ୍ୱାସର ସହ ସବୁ କାର୍ଯ୍ୟରେ ସଫଳତା ପାଇବେ ଏବଂ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିବ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରିବେ। ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରି ମନ ପ୍ରଫୁଲ୍ଲ ରହିବ।

କୁମ୍ଭ- ଅଯଥା ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ ଏବଂ କୌଣସି ଦୂର ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ଈଶ୍ୱରଙ୍କ ଆରାଧନା କରନ୍ତୁ ଏବଂ ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହୋଇପାରେ।

ମୀନ- ଲାଭର ଉତ୍ତମ ଯୋଗ ରହିଛି । ଆୟର ନୂଆ ପନ୍ଥା ଫିଟିବ। ବଡ଼ ଭାଇ କିମ୍ବା ବନ୍ଧୁଙ୍କଠାରୁ ସହଯୋଗ ପାଇ ଅଟକି ଥିବା କାମ ସମ୍ପୂର୍ଣ୍ଣ କରିବେ। ପାରିବାରିକ ସୁଖ ଶାନ୍ତି ବଢ଼ିବ ଏବଂ ମନୋସ୍କାମନା ପୂରଣ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682