ସମ୍ବଲପୁର ୪।୭: ଆସନ୍ତା ୬ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେହ l ଖୋଲିବ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ୍ l ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଏଥିପାଇଁ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି l ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାଆନ୍ତି ସେଥିପାଇଁ ସତର୍କ କରାଯାଇଛି l ଏନେଇ ମାଇକ୍ ଯୋଗେ ତଳମୁଣ୍ଡରେ ସତର୍କ କରାଯାଉଛି । ପ୍ରଚାର ଗାଡି ବୁଲିବା ସହ ଲୋକଙ୍କୁ ସଚେତନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ । ସକାଳ ୧୦ଟାରେ ଛଡାଯିବ ପ୍ରଥମ ବନ୍ୟାଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ । ହୀରାକୁଦକୁ ଲକ୍ଷେ କ୍ୟୁସେକ୍ ପାଣି ଆସୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଇ ୬୦୪.୪୩ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୨ ହଜାର ୯୭୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୪ ହଜାର ୬୭୦ କ୍ୟୁସେକ୍ ଜଳ ନିଷ୍କସିତ ହେଉଛି । ତେବେ ଜଳପ୍ରବେଶ ବଢୁଥିବାରୁ ଜଳସ୍ତର ବଢୁଛି । ସେପଟେ ବନ୍ୟା ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
You Can Read:
କେନ୍ଦ୍ରାପଡାରେ ସନ୍ଦିଗ୍ଧ ବାଂଲାଦେଶୀ, ୬ ଜଣଙ୍କୁ ଉଠାଇ ନେଇ ଆଜ୍ଞାତ ସ୍ଥାନରେ ପଚରାଉଚରା