ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବାଇକ୍ ପାର୍କିଂକୁ ନେଇ ହଣାକଟା

Published By : Prameya-News7 Bureau | June 14, 2025 IST

ଭୁବନେଶ୍ୱର ୧୪।୦୬ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଖଣ୍ଡା ବୁଲିଛି । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ପୋଲିସ ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଘର ଆଗରେ ବାଇକ୍‌ କାଢିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା । ଯାହାପରେ ୮ ରୁ ୧୦ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏପିରିକି ଏହି ଗଣ୍ଡଗୋଳରେ କାର୍‌ର କାଚ ଭାଙ୍ଗିବା ସହ ଥଣ୍ଡା ବୋତଲରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.