ପଦମପୁର ୧୪।୦୬ : ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଭାବନୀୟ ଘଟଣା।ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭେଉଁରିଆ ଗାଁର ଶ୍ୟାମସୁନ୍ଦର ଭୋଇ ତାଙ୍କ ସ୍ତ୍ରୀ ରତ୍ନୀ ଭୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ସ୍ବାମୀ ଶ୍ୟାମସୁନ୍ଦର ଭୋଇ ନିଜ ଘରେ ଝୁଲି ଆତ୍ମହତ୍ୟା କରିଥିଲେ। ତେବେ ଘଟଣା ପରେ ପରିବାର ଲୋକ ତୁରନ୍ତ ସ୍ତ୍ରୀ ରତ୍ନୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ କାରଣରୁ ସ୍ତ୍ରୀଙ୍କୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିଛନ୍ତି ।ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।