ନୂଆଦିଲ୍ଲୀ – ପାକିସ୍ତାନ ପୁଣି ଥରେ ଭାରତକୁ ଦେଇଛି ଧମକ। ନିକଟରେ ଦ ଇକୋନମିଷ୍ଟକୁ ଦେଇଥିବା ଏକ ଇଣ୍ଟରଭ୍ୟୁ ବେଳେ ISPR ଅର୍ଥାତ୍ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନର ମୁଖପାତ୍ର ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ କହିଛନ୍ତି ଯେ, ଯଦି ପାକିସ୍ତାନ ବିରୋଧରେ ଆଉ କିଛି ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ , ତ ଭାରତ ଭିତରେ ପଶି ଆକ୍ରମଣ କରାଯିବ। ସୂଚନା ଯେ, ଭାରତ ୭ ମେ’ରେ ‘ ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନରେ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଦେଇ ଥିଲା।
ମିଡ଼ିଆ ରିପୋର୍ଟ ଅନୁସାରେ , ଇକୋନମିଷ୍ଟ ସହ କଥାବାର୍ତ୍ତାରେ ଜେନେରାଲ ଚୌଧୁରୀ କହିଛନ୍ତି ଯେ, ମୁନିର ଭାରତକୁ ଆଲୋଚନାର ଟେବୁଲକୁ ଆଣିବାକୁ ଚାହୁଁଛନ୍ତି। ଚୌଧୁରୀଙ୍କୁ ଭାରତ ପକ୍ଷରୁ ଦିଆଯାଇ ଥିବା ଚେତାବନୀକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି, ଯେଉଁଥିରେ ଭାରତ ପକ୍ଷରୁ କୁହାଯାଇ ଥିଲା ଯେ, କୌଣସି ପ୍ରକାରର ଆତଙ୍କବାଦୀ ଘଟଣା ହେବାରେ ଭାରତ ପକ୍ଷରୁ ତତ୍କାଳ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ।
ଏହା ଉପରେ ଚୌଧୁରୀ କହିଛନ୍ତି ଯେ, ପାକିସ୍ତାନ ଏବେ ଭାରତ ଉପରେ ପୂର୍ବରୁ ଆକ୍ରମଣ କରିବ। ସେ କହିଛନ୍ତି , ଆମେ ପୂର୍ବରୁ ଆରମ୍ଭ କରିବୁ। ସେହି ଲୋକଙ୍କୁ ବି ବୁଝିବାକୁ ହେବ ଯେ, ତାଙ୍କ ଉପରେ ବି ପ୍ରତି ସ୍ଥାନରୁ ଆକ୍ରମଣ ହୋଇ ପାରେ। ହେଲେ ଏହି ସମୟରେ ସେ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ରିପୋର୍ଟ ଅନୁସାରେ , ସେନାର ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ୧୬ ଅପ୍ରେଲରେ ମୁନିରଙ୍କ ପକ୍ଷରୁ ଦିଆଯାଇ ଥିବା ଭାଷଣରେ ସ୍ପଷ୍ଟ ନଜର ଆସୁଛି ଯେ, ସେ ଭାରତକୁ ନେଇ କଣ ବିଚାର ରଖିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ରାଜ୍ୟସଭାରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରର ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେଇଥିବା ତିନି ଜଣ ଆତଙ୍କବାଦୀ ‘ ଅପରେସନ ମହାଦେବ’ ଦ୍ୱାରା ଗୁଳି ବିନିମୟରେ ନିହତ ହୋଇ ସାରିଛନ୍ତି ଏବଂ ଏହି ଆକ୍ରମଣରେ ସେମାନଙ୍କର ସଂପୃକ୍ତିକୁ ବୈଜ୍ଞାନିକ ଭାବେ ପ୍ରମାଣିତ କରାଯାଇଛି। ଶାହ କହିଛନ୍ତି , ମୁଁ ଗୃହ ମାଧ୍ୟମରେ, ଅପରେସନ ମହାଦେବର ସୂଚନା ପୂରା ଦେଶକୁ ଦେବାକୁ ଚାହୁଁଛି। ‘ଅପରେସନ ମହାଦେବ’ରେ ସୁଲେମାନ , ଅଫଗାନ ଓ ଜିବ୍ରାନ ନାମରେ ତିନି ଜଣ ଆତଙ୍କବାଦୀ –ସେନା , ସିଆରପିଏଫ୍ ଓ ଜମ୍ମୁ-କାଶ୍ମୀରର ମିଳିତ ଅଭିଯାନରେ ନିହତ ହୋଇଛନ୍ତି।
ଗୃହମନ୍ତ୍ରୀଙ୍କ ଅନୁସାରେ, ଗତ ୨୨ ଅପ୍ରେଲରେ ଦିନ ୧ଟା ସମୟରେ ପହଲଗାମର ବୈସରନ ଘାଟୀରେ ଆକ୍ରମଣ ହୋଇଥିଲା ଏବଂ ସେ ସନ୍ଧ୍ୟା ୫.୩୦ ଟା ସମୟରେ ଶ୍ରୀନଗରରେ ପହଞ୍ଚି ଥିଲେ, ୨୩ ଅପ୍ରେଲରେ ଏକ ସୁରକ୍ଷା ବୈଠକ କରାଯାଇ ଥିଲା ଏବଂ ଏହାର ପୂରା ବ୍ୟବସ୍ଥା କରାଯାଇ ଥିଲା ଯେ, ନୃଶଂସ ହତ୍ୟା କରିଥିବା ହତ୍ୟାକାରୀ ଯେମିତି ଫେରାର ହେବାର ସଫଳ ନହୁଅନ୍ତୁ।
ସେ କହିଛନ୍ତି ଯେ, ପୂରା ଛାନଭିନ୍ ଏବଂ ବୈଜ୍ଞାନିକ ଉପାୟରେ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ତିନି ଜଣ ଆତଙ୍କବାଦୀ ୨୨ ଅପ୍ରେଲରେ ପହଲଗାମ ବୈସରନ ଘାଟୀରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ନେଇ ଯାଇ ଥିଲେ।