ଖେଳାଯିବନି ଏସିଆ କପ୍ ୨୦୨୫ ? ଭାରତ ଓ ଶ୍ରୀଲଙ୍କା ନେଲେ ବଡ଼ ନିଷ୍ପତ୍ତି...

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ ୧୧/୦୭: ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ୨୦୨୫କୁ ନେଇ ବଡ ଅପଡେଟ୍। ଏବର୍ଷ ଖେଳାଯିବନି କ୍ରିକେଟର ଏହି ବଡ ଟୁର୍ଣ୍ଣାମେଣ୍ଟ । ବାତିଲ ହେବାର ସମ୍ଭାବନା ଅଧିକ ରହିଛି । ଯଦିଓ ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ସ୍ପଷ୍ଟ  ହୋଇନି । କିନ୍ତୁ ଭାରତ ଓ ଶ୍ରୀଲଙ୍କା ଦୁଇ ଦେଶ ଇଙ୍ଗିତ ଦେଇଛନ୍ତି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଓ ଶ୍ରୀଲଙ୍କା କ୍ରିକେଟ୍ ଏକ ବଡ଼ ପଦକ୍ଷେପ ନେଇ ୨୪ ଜୁଲାଇରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରିକେଟ୍ ପରିଷଦ (ACC) ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଟେଲିକମ୍ ଏସିଆ ସ୍ପୋର୍ଟର ଏକ ରିପୋର୍ଟ ଅନୁଯାୟୀ, ଛଅ ଦେଶୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଦୁଇ ମାସରୁ କମ୍ ସମୟ ବାକି ଥିବା ବେଳେ ଉଭୟ ବୋର୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଯଦିଓ ACC ନିଶ୍ଚିତ କରିଛି ଯେ ବୈଠକ ଯୋଜନା ଅନୁଯାୟୀ ହେବ । କିନ୍ତୁ ଭାରତ ଓ ଶ୍ରୀଲଙ୍କାର ଅନୁପସ୍ଥିତି ଏହି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଚିନ୍ତା ବଢିଯାଇଛି ।  

ଏହି ଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ୫ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । କିନ୍ତୁ ଏହା ପୂର୍ବରୁ, ୨୪ ଜୁଲାଇରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ACC ବୈଠକରେ BCCI ଓ ଶ୍ରୀଲଙ୍କା କ୍ରିକେଟ୍ ଅଂଶଗ୍ରହଣ ନକରିବା ଯୋଗୁଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ପ୍ରଶ୍ନ ଉଠିଛି । 

ଢାକାରେ ଅନୁଷ୍ଠିତ ହେବାକୁ ଥିବା ACC ବୈଠକକୁ BCCI ଆପତ୍ତି ଜଣାଇଛି । ବିସିସିଆଇ ସମ୍ପ୍ରତି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିସିବି)କୁ ଭାରତର ବାଂଲାଦେଶ ଗସ୍ତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ରାଜି କରାଇଛି । ଏହି ଗସ୍ତ ଅଗଷ୍ଟରେ ହେବାର ଥିଲା, କିନ୍ତୁ ଏସିସି ଢାକାରେ ଏହାର ବୈଠକ କରିଥିଲା । ଯାହାକୁ ନେଇ ବିସିସିଆଇ ଖପ୍ପା ଅଛି। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.