ମଦ ପିଇବାକୁ ବାରଣ କଲେ ଆଶା କର୍ମୀ, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ

Published By : Prameya-News7 Bureau | June 21, 2025 IST

ଖଣ୍ଡପଡା ୨୧।୬: ଗାଁ ଦାଣ୍ଡରେ ପିଉଥିଲେ ମଦ । ବାରଣ କରିବାରୁ ମାରିଲେ ମାଡ଼ । ଆଶା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଲେ କିଛି ଯୁବକ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ପାର୍ବତୀପୁର ଗାଁର ଆଶା କର୍ମୀ ଟୁନି ମହାପାତ୍ର ଶୁକ୍ରବାର ରାତିରେ ଜଣେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିଲେ । ତାଙ୍କ ଯିବା ବାଟରେ ଗାଁର ସୁବାସ ବେହେରାଙ୍କ ସହିତ କିଛି ଯୁବକ ମଦ୍ୟପାନ କରୁଥିଲେ । ତାହାକୁ ଟୁନି ବାରଣ କରିବାରୁ ଉକ୍ତ ଯୁବକ ମାନେ ଟୁନିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ଟୁନି ସଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ତେବେ ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରିବାରୁ ଉକ୍ତ ଅସାମାଜିକ ଯୁବକ ମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ମାୟାଧର ନାମକ ଜଣେ ଯୁବକ ଆକ୍ରମଣରେ ଆହତ ହୋଇ ଭାପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 

ଖବର ପାଇ ଘଟଣାସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି ।


You Can Read:

ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର : ଘର ଭିତରେ ପଶିଲା ପାଣି, ଅଖିଆ-ଅପିଆ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.