ଭୁବନେଶ୍ୱର ୨୯।୦୬ : ଏବର୍ଷ ନନ୍ଦିଘୋଷ ଗଡ଼ିଲାନି, ଦଳଚକଟାରେ ଆହତ ହେଲେ । ସରକାର ତଥ୍ୟ ଲୁଚାଇଲେ। ଏହାର ପରିଣାମ ସ୍ୱରୂପ ଦଳଚକଟାରେ ତିନି ଜଣଙ୍କ ଜୀବନ ଗଲା, ଅନେକ ଆହତ ବି ହୋଇଛନ୍ତି । ସରକାର କିଛି ଶିଖିବାକୁ ଚାହୁଁ ନାହାନ୍ତି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ବିଧାୟକ ଅରୁଣ ସାହୁ ।
ସେ ଆହୁରି ମଧ୍ୟ କହୁଛନ୍ତି ଯେ, ଅଘଟଣରେ ଯିଏ ଦୋଷୀ ସେମାନଙ୍କୁ ଶାସ୍ତି ଦିଆଯାଉ । ଯଦି ସରକାର ନିଜେ ଦାୟୀ, ଇସ୍ତଫା ଦିଅନ୍ତୁ । କୋଟି କୋଟି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । କି ତଦନ୍ତ କରିବେ? ବଳଭଦ୍ରଙ୍କ ପଡିବା ତଦନ୍ତ ରିପୋର୍ଟ କୁଆଡ଼େ ଗଲା ? ଗୋଟେ ଭୁଲ ଲୁଚାଇବାକୁ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି । ଓଡ଼ିଆ ଅସ୍ମିତା ରସା ତଳକୁ ଗଲାନି । ଯିଏ ଦାୟୀ, ଆଜି ରାତି ସୁଦ୍ଧା ବହିଷ୍କାର କର । କିଏ ୧୫୦୦୦ କର୍ଡନ ପାସ ଦେଲେ, ତାର ତଦନ୍ତ ହେଉ ?