ବିଧାନସଭାରେ ଆଣ୍ଟି ଟେରରିଷ୍ଟ ମକ୍ ଡ୍ରିଲ୍‌, ଆତଙ୍କବାଦୀଙ୍କୁ ପ୍ରତିହତ କରିବାକୁ ମିଳିତ ଅପରେସନ

Published By : Prameya-News7 Bureau | August 18, 2025 IST

ଭୁବନେଶ୍ବର: ବିଧାନସଭାରେ ଆଣ୍ଟି ଟେରରିଷ୍ଟ ମକ୍‌ ଡ୍ରିଲ୍। ଆତଙ୍କବାଦୀଙ୍କୁ ପ୍ରତିହତ କରିବା ଲକ୍ଷ୍ୟରେ ଏନଏସଜି କମାଣ୍ଡ, ଓଡ଼ିଶା ଅଗ୍ନିଶମ, ଓଡ଼ିଶା ପୋଲିସ ପକ୍ଷରୁ ଏହି ମିଳିତ ଅପରେସନ କରାଯାଇଛି। ସ୍ବତନ୍ତ୍ର ଟାକ୍‌ଟିକାଲ ୟୁନିଟ୍‌, ସ୍ଵତନ୍ତ୍ର କମାଣ୍ଡ କଣ୍ଟ୍ରୋଲ ଭେଇକିଲ ମାଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ସମୟରେ କିଭଳି ସମନ୍ଵୟ ରଖି ଅଧିକ ଦକ୍ଷ ଭାବେ କାମ କରିହେବ ତାହା ଏହି ମକ୍‌ ଡ୍ରିଲ୍‌ର ମୂଳ ଲକ୍ଷ୍ୟ। 

ସୋମବାର କରାଯାଇଥିବା ଏହି ମକ୍ ଡ୍ରିଲ୍‌ର ଦୃଶ୍ୟ କିଛି ଏଭଳି ଥିଲା… ବିଧାନ ସଭା ଭିତରେ ୪ରୁ ୫ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ମିଳିବା ପରେ ଓଡ଼ିଶା ପୋଲିସ  ଆଲର୍ଟ ରହିଥିଲା। ସଙ୍ଗେ ସଙ୍ଗେ  ଓଡ଼ିଶା ପୋଲିସ ପକ୍ଷରୁ ଏନଏସଜିକୁ ଖବର ଦିଆଗଲା। ପରେ ଏନଏସଜିର   ଏକ ଟିମ୍ କଲିକତାରୁ   ଘଟଣା ସ୍ଥଳରେ ପହଞ୍ଚିଥିଲା। ଆଉ ପୂରା ଦମ୍‌ରେ ଜଏଣ୍ଟ ଅପରେସନ କରାଯାଇଥିଲା। କମାଣ୍ଡ କଣ୍ଟ୍ରୋଲ ଭେଇକିଲ ମାଧ୍ୟମରେ ସଂପୂର୍ଣ୍ଣ ବିଧାନସଭା ବିଲ୍ଡିଂକୁ କଡ଼ ନଜରରେ ରଖାଯାଇଥିଲା।  

ଏହି ଅପରେସନରେ ନୂତନ ଯନ୍ତ୍ରପାତି ସହ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ବୁଲେଟ ପ୍ରୁଫ  ଭେଇକିଲ ସହ, ରକ୍ଷକ ଭେଇକିଲର ବ୍ୟବହାର ହୋଇଛି। ଏନଏସଜି କମାଣ୍ଡଙ୍କ ସହ ୩ ମାସର କମାଣ୍ଡୋ ତାଲିମ ନେଇଥିବା ଓଡ଼ିଶାର ଯବାନଙ୍କୁ ମଧ୍ୟ ଅପରେସନରେ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.