ଯାଜପୁର ୧୫।୦୬: ଯାଜପୁର ଝାଡ଼ାବାନ୍ତି ଆକ୍ରାନ୍ତରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ଝାଡାବାନ୍ତି ଯୋଗୁ ଯାଜପୁର ଜିଲ୍ଲାରେ ମୋଟ ୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
ଅନ୍ୟପଟେ ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ଦିନ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରରୁ ୧୪ ଜଣିଆ ଟିମ୍ । କେନ୍ଦ୍ରୀୟ ଟିମ୍ ରେ ଅଛନ୍ତି ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଜିଲ୍ଲା ଗସ୍ତ କରି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ୨୦୦ ରୁ ଉର୍ଦ୍ଧ ଆକ୍ରାନ୍ତ। ରାଜ୍ୟରେ ୬ ଜିଲ୍ଲାରେ ବ୍ୟାପିଲାଣି ଝାଡ଼ାବାନ୍ତି। ପ୍ରଥମେ ଯାଜପୁରରେ ଆରମ୍ଭ ହୋଇଥିଲା। କେନ୍ଦୁଝର, ଭଦ୍ରକ, ଖୋର୍ଦ୍ଧା, କଟକ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଛି ।