ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ। ଏନେଇ ଆଣ୍ଟି ରାଗିଂ ସେଲରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ସୋମବାର ଅପରାହ୍ନରେ ଜରୁରୀ ବୈଠଜ କରିଛନ୍ତି।
ସେପଟେ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କର୍ତ୍ତୃପକ୍ଷ। ମେଡିକାଲ କଲେଜ ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସଙ୍କ ସୂଚନା ଅନୁସାରେ, ଦୁଇ ଜଣ ହାଉସ ସର୍ଜନ ଚତୁର୍ଥ ବର୍ଷ ଛାତ୍ରଙ୍କୁ ମାନସିକ ଭାବେ ରାଗିଂ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ହାଉସ ସର୍ଜନମାନେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ‘‘କଥାବାର୍ତ୍ତା ସମୟରେ ଆମକୁ କାହିଁକି ସମ୍ମାନ ଦେଉନ’’ ବୋଲି କହି ରାଗିଂ କରିଥିଲେ।
ଘଟଣା ମେ ମାସ ୧୨ ତାରିଖରେ ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିବା ମେଡିକାଲ କଲେଜ ଡିନ କହିଛନ୍ତି। ଏନେଇ ବୈଠକରେ ଆଲୋଚନା, ତଦନ୍ତ ହୋଇଥିଲା। ଆଉ ବୈଠକ କ୍ରମେ ହାଉସ ସର୍ଜନଙ୍କ ଠାରୁ ଦଣ୍ଡ ବିଧାନ ନିୟମ ଅନୁସାରେ ୨୫ ହଜାର ଟଙ୍କା ଜରିମାନା ନିଷ୍ପତ୍ତି କରାଯାଇଛି।